କେରଳକୁ ମିଳିଲା ପ୍ରଥମ ଟ୍ରନ୍ସଜେଣ୍ଡର ଆଇନଜୀବୀ

ଥିରୁଅନନ୍ତପୁରମ: କେରଳକୁ ମିଳିଲା ପ୍ରଥମ ଟ୍ରନ୍ସଜେଣ୍ଡର ଆଇନଜୀବୀ । ପଦ୍ମା ଲକ୍ଷ୍ମୀ ହେଲେ କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ । ପଦ୍ମା ରାଜ୍ୟ ବାର୍ କାଉନସିଲରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଛନ୍ତି । କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆଇନ ପାଠ୍ୟକ୍ରମରେ ୧୫ଶହରୁ ଅଧିକ ବିଦ୍ୟାର୍ଥୀ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଛନ୍ତି । ସେମାନଙ୍କୁ କାଉନସିଲରେ ନାମ ପଞ୍ଜିକରଣ କରିବା ପରେ ପ୍ରମାଣପତ୍ର ଦିଆଯାଇଛି । ଏମାନଙ୍କ ଭିତରେ ରହିଛନ୍ତି ପଦ୍ମା ।

ଗତ ରବିବାର ଏ ନେଇ ବାର୍ କାଉନସିଲ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମା ଏବଂ ଅନ୍ୟମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା ।