କେରଳ ନର୍ସଙ୍କ ମୃତ୍ୟୁଦଣ୍ଡକୁ ୟେମନ ରାଷ୍ଟ୍ରପତିଙ୍କ ଅନୁମୋଦନ
1 min readନନ୍ଦିଘୋଷ ବ୍ୟୁରୋ: ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୟେମେନର ରାଷ୍ଟ୍ରପତି ରଶାଦ ଅଲ-ଆଲିମି ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତିଙ୍କଠାରୁ କ୍ଷମା ପ୍ରାର୍ଥନା ମଧ୍ୟ ହୋଇପାରିବ ନାହିଁ । ୟେମେନ ନାଗରିକଙ୍କ ହତ୍ୟା ପାଇଁ ନିମିଶା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ନିଜ କ୍ଲିନିକ ଖୋଲିବାକୁ ସ୍ୱପ୍ନ ଦେଖୁଥିବା ନିମିଶା ପ୍ରିୟାଙ୍କ ମୃତ୍ୟୁ ପାଖେଇ ଆସିଛି। ତାଙ୍କ ପରିବାର ନିରନ୍ତର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ୟେମେନର ରାଷ୍ଟ୍ରପତି ରାଶାଦ ଅଲ-ଆଲିମି ମଧ୍ୟ ନର୍ସ ନିମିଶା ପ୍ରିୟାର ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି । ଜଣେ ୟେମେନ ନାଗରିକଙ୍କ ହତ୍ୟା ପାଇଁ ନିମିଶା ପ୍ରିୟା ୨୦୧୭ ମସିହାରୁ ଜେଲ ଦଣ୍ଡ ଭୋଗୁଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକ ମାସ ମଧ୍ୟରେ ତାଙ୍କ ମୃତ୍ୟୁ ଦଣ୍ଡ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମେ ଜାଣୁ ଯେ ନର୍ସ ପ୍ରିୟାଙ୍କ ପରିବାର ଏକ ପ୍ରାସଙ୍ଗିକ ବିକଳ୍ପ ଖୋଜୁଛନ୍ତି। ଯଥା ସମ୍ଭବ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ୟେମେନ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନିମିଶା ପ୍ରିୟାଙ୍କ ପରିବାର ପାଇଁ ଝଟକା ଦେଇଛି । ୩୬ ବର୍ଷୀୟ ଝିଅକୁ ମୃତ୍ୟୁ ଦଣ୍ଡରୁ ବଞ୍ଚାଇବା ପାଇଁ ପରିବାର ଲୋକ ଚେଷ୍ଟା କରୁଥିଲେ। ନର୍ସ ପ୍ରିୟାଙ୍କ ମାଆ ୫୭ ବର୍ଷୀୟ ପ୍ରେମ କୁମାରୀ ଚଳିତ ବର୍ଷ ଆରମ୍ଭରେ ୟେମେନର ରାଜଧାନୀ ସାନାରେ ପହଞ୍ଚିଥିଲେ। ସେବେଠାରୁ ଝିଅର ମୃତ୍ୟୁଦଣ୍ଡକୁ ରକ୍ଷା କରିବା ପାଇଁ ପୀଡ଼ିତାଙ୍କ ପରିବାର ସହିତ ଏବଂ ରକ୍ତ ଟଙ୍କା କ୍ଷମା ପାଇବା ଉପରେ ଆଲୋଚନା କରୁଥିଲେ ।