ଦେଶର ପ୍ରଥମ AI ଶିକ୍ଷକ ଆଇରିସର ଉଦଭାବନ

1 min read

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷା କ୍ଷେତ୍ରରେ କେରଳର ଯୁଗାନ୍ତକାରୀ ପଦକ୍ଷେପ । ସ୍କୁଲ ରଚିଲା ଇତିହାସ, ଦେଶର ପ୍ରଥମ AI ଶିକ୍ଷକ ଆଇରିସର ଉଦଭାବନ ।  କେରଳର ତ୍ରିଭେନ୍ଦ୍ରମରେ ପିଲାଙ୍କୁ ପାଠ ପଢ଼ାଇଲା ଆଇରିସ୍  । KTCT ହାୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢ଼ାଇଛି ଆଇରିସ୍ । ଶିକ୍ଷାଦାନ କରିବା ସହ ଅନେକ ଫିଚରର ଅଧିକାରୀ ଆଇରିସ୍ । ବିଭିନ୍ନ କଷ୍ଟ ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଇପାରୁଛି ଆଇରିସ୍ । ମେକରଲାବ୍ସ ଏଜୁଟେକ୍ ଏହି ରୋବର୍ଟର ଉଦଭାବନ କରିଛି  । ଆଇରିସ୍ ଏକ ବହୁଭାଷୀ ଏଜୁକେଟର ଭାବେ କାମ କରୁଛି । ମେକରଲାବ୍ସ ପକ୍ଷରୁ ଇନଷ୍ଟାଗ୍ରାମରେ ସେୟାର ହୋଇଛି ଆଇରିସର ଭିଡିଓ । ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ସହିତ ଅନେକ ପରିବର୍ତ୍ତନ ଆସିପାରିବ ।