ଧରାପଡ଼ିଲେ ମୋହନ ମାଝିଙ୍କ ଗାଡ଼ିକୁ ବୋମାମାଡ଼ କରିଥିବା ଅଭିଯୁକ୍ତ, SP କଲେ ଖୁଲାସା

1 min read

କେନ୍ଦୁଝର: ବିରୋଧି ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମା ମାଡ଼ ଘଟଣାର ଖୁଲାସା କରିଛି କେନ୍ଦୁଝର ପୋଲିସ । ଘଟଣାକୁ ଗୁରୁତ୍ୱର ନେଇ ତଦନ୍ତ ଚଳାଇଥିବା ପୋଲିସ ଶେଷରେ ସମସ୍ତ ଅପରାଧିଙ୍କୁ ଧରିବାରେ ସଫଳ ହୋଇଛି  । ଏନେଇ କେନ୍ଦୁଝର SP ପ୍ରେସମିଟ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି  ।

ପୋଲିସର କହିବା ମୁତାବକ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ କୌଣସି ରାଜନୈତିକ ଉଦେଶ୍ୟ ନୁହେଁ ବଂର ପାରିବାରିକ ବିଦ୍ୱେଷ ଓ ଆର୍ଥିକ କାରଣରୁ ହୋଇଥିଲା ଆକ୍ରମଣ  । ବମିଂ କରିଥିବା ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ ହୋଇଥିବା ସୂଚନା ମିଳିଛି । ଗତ ୧୦ ତାରିଖରେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ମୋହନ ମାଝୀଙ୍କ ଗାଡ଼ିକୁ ଦୁଇଟି ବୋମାମାଡ଼ କରିଥିଲେ ବୋଲି ମୋହନ ମାଝୀ କେନ୍ଦୁଝର ଥାନାରେ ଏନେଇ ଅଭିଯୋଗ ହୋଇଥିଲା ।

ପରେ ମୋହନମାଝି ବିଜେଡ଼ି ନେତାଙ୍କ ଉପରେ ଆରୋପ ଲଗାଇଥିଲେ  । ରାଜନୈତିକ ଉଦେଶ୍ୟ ରଖିି ବିଜେଡ଼ି ନେତା ବୋମାମାଡ଼ କରିଥିବା ଅଭିଯୋଗ କରିଥିଲେ  । ଏହାପରେ ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ରାସ୍ତାରୋକ ମଧ୍ୟ କରାଯାଇଥିଲା । ବିଜେପିର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଦାବି କରିଥିଲା । ଘଟଣାର ସିସିଟିଭି ଦୃଶ୍ୟ ପୋଲିସ ଯାଞ୍ଚ କରିବା ସହିତ ଘଟଣାର ସତ ପଦାକୁ ଆଣିଛି । ସତ ସାମ୍ନାକୁ ଆସିବା ପରେ ବିଜେପିର ଅସଲ ଉଦ୍ଦେଶ୍ୟ ଲୋକଙ୍କ ସାମ୍ନାରେ ପଡ଼ିଥିବା କହିଛନ୍ତି ବିଜେଡ଼ି ନେତା  ।

Leave a Reply