ପୋଲିସର ଗୁଣ୍ଡାରାଜ ! ଗ୍ୟାରେଜରେ ପଶି ମିସ୍ତ୍ରୀ ଓ ହେଲପରକୁ ପିଟିଲେ
1 min readକେନ୍ଦୁରଝ: କେନ୍ଦୁଝର ଯଶିପୁର ଥାନା ଟଙ୍ଗାବିଲାରେ ପୋଲିସର ଗୁଣ୍ଡାରାଜ ଅଭିଯୋଗ । ଗୋଟିଏ ଗ୍ଯାରେଜରେ ପଶି ମାଲିକ କୁଆଡେ ଗଲେ ପଚାରିବା ସହ ମିସ୍ତ୍ରୀ ଓ ହେଲପରଙ୍କୁ ମାଡ଼ ମାରି କଲେ ଲହୁଲୁହାଣ । କଚାଡି ଭାଙ୍ଗି ଦେଲେ ମୋବାଇଲ ।
ସୂଚନାଯୋଗ୍ୟ, କେନ୍ଦୁଝର ଅଞ୍ଚଳରେ ଏକ ଟ୍ରକ ଚୋରି ଅଭିଯୋଗରେ କେନ୍ଦୁଝର ସଦର ଥାନା ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଯଶୀପୁର ଥାନା ଟଙ୍ଗାବିଲାର ଶ୍ରୀରାମ ବଡି ବିଲଡର ଗ୍ୟାରେଜରେ ପଶିଥିଲେ । ଗ୍ୟାରେଜର ମିସ୍ତ୍ରୀ ଓ ହେଲ୍ପରମାନଙ୍କୁ ମାଲିକ କୁଆଡେ ଗଲା ବୋଲି ପଚାରିଥିଲେ । ମାଲିକ ନାହାନ୍ତି କହିବାରୁ କାଠ ଫାଳିଆ ଓ ପାଇପ ସାହାଯ୍ୟରେ ସେମାନଙ୍କୁ ପୋଲିସ ଟିମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଡ ମାରି ସାରିବା ପରେ ଅନ୍ୟ ଏକ ବଡି ବିଲଡର ଗ୍ୟାରେଜକୁ ଯାଇ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ l
ସେତିକିରେ ମନ ନବୁଝିବାରୁ ପରେ ପୁଣି ଥରେ ଶ୍ରୀରାମ ବଡି ବିଲଡର ଗ୍ୟାରେଜକୁ ଫେରିଥିଲେ । ସେତିକିବେଳେ ବଡ଼ି ବିଲଡର ଗ୍ୟାରେଜର କର୍ମଚାରୀ ଓ ଲୋକମାନେ ପୋଲିସକୁ ଅଟକାଇ ବିନା କାରଣରେ କାହିଁକି ମାଡ ମାରିଲ ବୋଲି ପ୍ରଶ୍ନ କରିଥିଲେ l ପୋଲିସ ସହ ଯୁକ୍ତିତର୍କ କରିବାରୁ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ପୋଲିସ ଗାଡ଼ିରେ ବିଅର ବୋତଲ ମଧ୍ୟ ଦେଖିବାକୁ ପାଇଥିଲେ ଲୋକେ l ସମ୍ପୃକ୍ତ ଘଟଣାକୁ ନେଇ ଗ୍ୟାରେଜ ମାଲିକଙ୍କ ଲିଖିତ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଯଶୀପୁର ପୋଲିସ l