କେନ୍ଦୁଝରରେ ଡବଲ ମର୍ଡର ଘଟଣାରେ ହତ୍ୟାକାରୀକୁ ଆଜୀବନ କାରଦଣ୍ଡ

କେନ୍ଦୁଝର: କେନ୍ଦୁଝରରେ ଡବଲ ମର୍ଡର ଘଟଣାରେ ହତ୍ୟାକାରୀକୁ ଆଜୀବନ କାରଦଣ୍ଡ । ଆଜୀବନ କାରଦଣ୍ଡ ସହ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରା ଜର୍ଜ । ଜୋରିମାନା ଅନାଦୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ସୂଚନା ଅନୁସାରେ ୨୦୧୭ ମସିହା ସେପ୍ଟମ୍ବର ୨୬ ତାରିଖରେ କେନ୍ଦୁଝର ଜିଲ୍ଲା ବାହାଳଡିହା ଗାଁ’ରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ପଠାଣୀ ପ୍ରଧାନ ନିଶାଶକ୍ତ ହୋଇ ଜୟ ଦେହୁରୀ, ବୀର ଦେହୁରୀ ଓ ଗ୍ରାମରକ୍ଷୀ ମହେଶ୍ୱର ପ୍ରଧାନକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଜୟ ଦେହୁରୀ ଓ ବୀର ଦେହୁରୀଙ୍କ ମୃତ୍ୟୁ ହୋଇଥିବାବେଳେ ମହେଶ୍ୱର ପ୍ରଧାନ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପଠାଣୀ ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ମାମଲାରେ ଆଜି କୋର୍ଟ ଶୁଣାଣି କରି ଅଭିଯୁକ୍ତ ପଠାଣୀ ପ୍ରଧାନଙ୍କୁ ଆଜୀବନ କାରଦଣ୍ଡ ଶୁଣାଇଛନ୍ତି ।