କେନ୍ଦୁଝର ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା, କ୍ଷମା ନମାଗିଲେ ଆଇନର ଆଶ୍ରୟ ନେବି: ଚକ୍ର

ଭୁବନେଶ୍ୱର: ଅଯଥା ରାଜନୀତି କରୁଛି ବିଜେପି । ରାଜ୍ୟରେ ଘଟୁଥିବା ଅପରାଧିକ ଘଟଣାକୁ ନେଇ ବିଜେପି ଡେଉଁଛି । ନିକଟରେ କେନ୍ଦୁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ତାଙ୍କରି ଦଳର ନେତା ବୋମାମାଡ଼ କରିଥିଲେ । ମାମଲାରେ ୫ ଜଣ ଗିରଫ ହୋଇଥିବା ବେଳେ ଗିରଫଙ୍କ ମଧ୍ୟରେ ଥିଲେ ବିଜେପି ନେତା ମନମୋହନ ଓ ମୁନା ଦାସ । ଏ ପ୍ରସଙ୍ଗରେ ଯୁବ ବିଜେଡିର ଉପସଭାପତି ସୌମ୍ୟ ଶଙ୍କର ଚକ୍ର ପ୍ରେସମିଟ୍ କରି ମୋହନ ମାଝୀଙ୍କ ଉପରେ ବର୍ଷିଛନ୍ତି ।

Keonjhar MLA Bomb Hurling Case BJD Counter Attack

କହିଛନ୍ତି, କେନ୍ଦୁଝରର ଲୋକମାନେ ମୋହନ ମାଝିଙ୍କୁ ସେମାନଙ୍କର ଜନ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି । କିନ୍ତୁ ସେ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁନାହାଁନ୍ତି ବରଂ ନିଜର ଠିକାଦାରୀ ଏବଂ କଣ୍ଟ୍ରାକ୍ଟ୍ରି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ମୋହନ ମାଝିଙ୍କ ଉପରେ ଆକ୍ରମଣକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିବା ଦୃଢ ନିନ୍ଦା କରିଛନ୍ତି ସୌମ୍ୟ ଶଙ୍କର । ପରେ ଜଣାପଡ଼ିଥିଲା ମୋହନ ମାଝିଙ୍କ ଉପରେ ଆକ୍ରମଣ କରିଥିବା ଲୋକ ବିଧାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଏବଂ ଠିକାଦାରୀ ଓ କଣ୍ଟ୍ରାଟ୍ରି କାମକୁ ନେଇ ଏହି ଆକ୍ରମଣ ହୋଇଥିଲା । ଏହା ତାଙ୍କ ନିଜ ଦୋଷ ପାଇଁ ହୋଇଥିଲା ଏବଂ ମୋ ଯୋଗୁଁ ନୁହେଁ ବୋଲି ଚକ୍ର କହିଛନ୍ତି ।

Keonjhar MLA Bomb Hurling Case BJD Counter Attack

ଯାହାସବୁ ଘଟିଲା, ତାହା ଦଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ଥିଲା । ଯାହାକୁ ସେ ଠିକାଦାରୀ ଦେଇନଥିଲେ ଏବଂ ଏହି କାରଣରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କର ସେହି ସହଯୋଗୀମାନଙ୍କୁ ଠିକାଦାରୀ ଦେବା ପରିବର୍ତ୍ତେ, ସେ ଅନ୍ୟ କେତେକ ଲୋକଙ୍କୁ କାମ ଦେଇଥିଲେ ଯାହା ତାଙ୍କ ସହଯୋଗୀଙ୍କୁ କ୍ରୋଧିତ କରିଥିଲା ଏବଂ ଯେଉଁଥିପାଇଁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ, ସତ୍ୟ ଜାଣିବା ସତ୍ତ୍ୱେ ବିଧାୟକ ତାଙ୍କୁ ବଦନାମ କରିଥିବା କହିଛନ୍ତି ଶ୍ରୀ ଚକ୍ର । ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାକୁ ଆସି ମିଥ୍ୟା ଏବଂ କୁତ୍ସିତ ଭାବରେ ବିନା ପ୍ରମାଣରେ ମୋତେ ଏହି ଘଟଣାରେ ଜଡିତ କରିବାକୁ ଚେଷ୍ଟା କରିଥିଲେ । ଶ୍ରୀ ମାଝି ମୋତେ ବଦନାମ କରିଥିବାରୁ କ୍ଷମା ମାଗିବା ଉଚିତ୍ ନଚେତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଚେତାବନୀ ଦେଇଛନ୍ତି ସୌମ୍ୟଶଙ୍କର ଚକ୍ର ।

Leave a Reply