ଲାଞ୍ଚ ଭିଡିଓ ଭାଇରାଲ୍ ପରେ ବିଡିଓ ନିଲମ୍ବିତ

କେନ୍ଦୁଝର: ବିଡିଓଙ୍କୁ ମହଙ୍ଗା ପଡ଼ିଲା ପିସି କାରବାର । ପିସି କାରବାର ଅଭିଯୋଗରେ ନିଲମ୍ବିତ ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବିଡିଓ । ଯୋଡ଼ା ବ୍ଲକର ବିଡ଼ିଓ ଯୋଗେଶ୍ବର ନାୟକଙ୍କୁ ନିଲମ୍ବିତ କରାଯାଇଛି । ପିସି କାରବାର ଅଭିଯୋଗରେ ଯୋଗେଶ୍ବରଙ୍କୁ ଦାୟିତ୍ବରୁ ହଟାଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ବିଡିଓଙ୍କ ପିସି କାରବାରର ଏକ ଭିଡିଓ ସୋସିଆାଲ ମିଡିଆରେ ଭାଇରାଲ୍ ହୋଇଥିଲା ।
ଭାଇରାଲ୍ ଭିଡିଓରେ ବିଡିଓ ଯୋଗେଶ୍ବର ନାଏକ ମହିଳା ପିଇଓଙ୍କଠାରୁ ବିଲ୍ ଫାଇଲ ପାସ୍ କରିବାକୁ ପିସି ନେଉଥିବା ଦେଖିବାକୁ ମିଳିଥିଲା । ନଳକୂଅ ମରାମତି ବାବଦକୁ ୧ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବାକୁ ୩୦ ହଜାର ଟଙ୍କା ପିସି ନେଉଥିବା ଜଣାପଡ଼ିଥିଲା । ଭାଇରାଲ ଭିଡିଓଟି ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଜିଲ୍ଲାପାଳ ଯୋଗେଶ୍ବରଙ୍କୁ ନିଲମ୍ବିତ କରିବା ସହ ଝୁମ୍ପୁରାର ଏବିଡିଓ ଚୁନୁ ହାସଦାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ।