କମେଣ୍ଟମରାକୁ ନେଇ ତୁମୁଳ କାଣ୍ଡ, ଦୁଇ ପରିବାରର ୭ ଗୁରୁତର

Keonjhar Anandpur News Clash Between Two Family 7 Severe Injured

କେନ୍ଦୁଝର: କମେଣ୍ଟ ମରାକୁ ନେଇ ତୁମୁଳ କାଣ୍ଡ । ଦୁଇ ପରିବାର ମଧ୍ୟରେ ସଂଘର୍ଷ । ୭ ଜଣରୁ ଅଧିକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌  ଘଷିପୁରା ଥାନା ସଟତିରା ଗାଁରେ କମେଣ୍ଟମରାକୁ ନେଇ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୭ ଜଣ ଆହାତଙ୍କ ମଧ୍ୟରୁ ୩ ଜଣଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୪ ଜଣଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଉଭୟ ପକ୍ଷରୁ ଘଷିପୁରା ଥାନାରେ ଏତଲା ମଧ୍ୟ ଦିଆଯାଇଛି । ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 ଅଭିଯାେଗ ଅନୁଯାୟୀ ପ୍ରାୟ ଏକ ମାସ ପୂର୍ବେ ସଞ୍ଜୟ ଅମାନ୍ତଙ୍କ ଜଣେ ସମ୍ପର୍କୀୟ ଭଉଣୀ ରୁକ୍ମଣୀ ଗାଁକୁ ଆସିଥିଲେ । ଏହି ସମୟରେ ଅଦ୍ୱୈତ ବେହେରାଙ୍କ ପୁଅ ହେମନ୍ତ ତାଙ୍କୁ କମେଣ୍ଟ କରିଥିଲା । ପରେ ଏହି ଘଟଣାକୁ ନେଇ ଗାଁରେ ବୈଠକ ବସିଥିଲା । ଏବଂ ଏହି ଘଟଣାର ସମାଧାନ ମଧ୍ୟ କରାଯାଇଥିଲା ।

ହେଲେ ଗତ ଦୁଇ ଦିନ ତଳେ ପୁଣି ଥରେ ବେହେରା ପରିବାରର ଜଣେ ମହିଳା ରୁକ୍ମଣୀକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ । ଏହା ପରେ ପୁରୁଣା ଘଟଣା ପୁଣି ଥରେ ତେଜି ଉଠିଥିଲା । ଏହାକୁ ନେଇ ପ୍ରଥମେ ଯୁକ୍ତି ତର୍କ ଓ ପରେ ହାତି ହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରେ ଉଭୟ ପରିବାର ମଧ୍ୟରେ ତୀବ୍ର ସଂଘର୍ଷ ଘଟିଥିଲା ।

Leave a Reply