ବହୁ ଚର୍ଚ୍ଚିତ ରାମ ବେହେରା ହତ୍ୟା ମାମଲା : ୫ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

1 min read

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବହୁ ଚର୍ଚ୍ଚିତ ରାମ ବେହେରା ହତ୍ୟା ମାମଲା । ୫ ବର୍ଷ ପରେ ଆସିଲା ରାୟ । ୫ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ । ୫୩ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ଯ ପ୍ରମାଣ ଆଧାରରେ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଦଫା ୩୦୨, ୧୨୦B, ୨୦୧ ଓ ଆର୍ମସ ଆକ୍ଟର ଧାରା ୨୫ ଓ ୨୭ ଅନୁଯାୟୀ ଦଣ୍ଡାଦେଶ ହୋଇଛି । ଘସିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା । ତାଙ୍କୁ ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ରାତିରେ ପୂର୍ବ ଶତ୍ରୁତାରୁ ଘରୁ ଡାକିନେଇ ହତ୍ଯା କରିଥିଲେ ଅଭିଯୁକ୍ତ । ସଂଘବଦ୍ଧ ଭାବେ ତାଙ୍କ ହାତ ଗୋଡ଼ ହାଣିଦେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ପରେ କଟା ହାତକୁ ଗାଁରେ ବୁଲାଇବା ସହିତ କଟା ହାତର ମାଂସ ମଧ୍ଯ ଖାଇଥିଲେ।  ଯାହାର ଭିଡିଓ ଭାଇରାଲ ହୋଇଥିଲା।

ପୋଲିସ ତଦନ୍ତ କରି ଛଅ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ଯରେ ଜଣେ ନାବାଳକ ହୋଇଥିବାବେଳେ ଅନ୍ଯ ୫ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ନାବାଳକ ପ୍ରମୋଦ ଦାସ କେନ୍ଦୁଝର ଜୁଭେନାଲ କୋର୍ଟରେ ବିଚରାଧୀନ ଭାବେ ରହିଥିବା ବେଳେ ଅନ୍ଯ ୫ ଅଭିଯୁକ୍ତ ହେଲେ ସଂଜିତ ପୃଷ୍ଟି, ଅଜିତ ପୃଷ୍ଟି, , ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି, ଓ ଦୋଳ ବୋଇତେଇ ।