ଆଦାନୀ ଗ୍ରୁପକୁ ବଡ଼ ଝଟକା : ଆମେରିକାର ଲାଞ୍ଚ ଅଭିଯୋଗ ପରେ କେନିଆ ପ୍ରକଳ୍ପ ବାତିଲ୍

1 min read

ନୂଆଦିଲ୍ଲୀ : ଆଦାନୀ ଗ୍ରୁପକୁ ବଡ଼ ଝଟକା। ଆମେରିକାର ଲାଞ୍ଚ ଅଭିଯୋଗ ପରେ କେନିଆ ପ୍ରକଳ୍ପ ବାତିଲ୍। କେନିଆ ସରକାରଙ୍କ ସହ ଡିଲ୍ ବାତିଲ କଲେ ରାଷ୍ଟ୍ରପତି ରୁଟୋ। ୭୦୦ ନିୟୁତ ଡଲାରର ଚୁକ୍ତି ବାତିଲ୍ ହୋଇଥିବା ଜଣାପଡିଛି। ଶକ୍ତି ଟ୍ରାନ୍ସମିସନ୍ ଲାଇନ୍ ପାଇଁ ହୋଇଥିଲା ଏହି ଚୁକ୍ତି । କଂପାନୀର ମୁଖ୍ୟ ବିମାନବନ୍ଦର ସଂପ୍ରସାରଣ ପାଇଁ ହୋଇଥିଲା ଚୁକ୍ତି। ସୌର ଯୋଜନାରେ ନିଜ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ କରିବାକୁ ନେଇ ଆମେରିକାରରେ ଆଦାନୀ ଓ ତାଙ୍କ ପୁତୁରାଙ୍କ ସହ ଅନ୍ୟ ୭ ଜଣ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ-ଏସଇସି ପକ୍ଷରୁ ଏହି ଅଭିଯୋଗ ଆସିଛି । ତାଙ୍କ ବିରୋଧରେ ଜାରି ହୋଇଛି ଗିରଫ ଓ୍ୱାରେଣ୍ଟ। କେବଳ ସେ ଏକା ନୁହନ୍ତି ତାଙ୍କ ପୁତୁରା ସାଗର ଆଦାନୀ ବିରୋଧରେ ମଧ୍ୟ ଗିରଫ ଓ୍ୱାରେଣ୍ଟ ଜାରି ହୋଇଛି। ଆମେରିକାର ଏକ କୋର୍ଟ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି । ଏହାକୁ ନେଇ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଆଦାନୀକୁ ଗତକାଲି ଟାର୍ଗେଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ବିଜେପିକୁ ତୀବ୍ର ଭାବେ ଘେରିବା ପରେ ୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। କଣ୍ଟ୍ରାକ୍ଟ ଜରିଆରେ ୨୦ ବର୍ଷ ଭିତରେ ଆଦାନୀ ଗୃପକୁ ୨  ନିୟୁତ ଡଲାରର ଲାଭ ହେବ ବୋଲି ଆକଳନ କରାଯାଇଛି । ଲାଞ୍ଚ ଦେବା ଏବଂ ଏହାକୁ ଲୁଚାଇବା ନେଇ ଦୁଇଟି ଅଭିଯୋଗ ଆଣିଛି ଆମେରିକାର ଏସ୍ଇସି। ଏହାକୁ ନେଇ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି। ଏହାପରେ ଉଭୟ ଗୌତମ ଆଦାନୀ ଓ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି କରାଯାଇଛି। ସେପଟେ ଆଦାନୀ ଗ୍ରୁପକୁ ନେଇ ଆସିଥିବା ଅଭିଯୋଗକୁ ମିଛ ଓ  ନିରାଧାର ବୋଲି ଆଦାନୀ କର୍ତ୍ତୃପକ୍ଷ କହିଛନ୍ତି। ପ୍ରେସନୋଟ ଜାରି କରି ଏହି ସୂଚନା ଦେଇଛି ଆଦାନୀ ଗ୍ରୁପ। ପ୍ରେସନୋଟରେ ଆଦାନୀ କର୍ତ୍ତୃପକ୍ଷ ଆମେରିକା ଆଟର୍ଣ୍ଣି କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବୟାନ ବିଷୟରେ ଉଲ୍ଲେଖ କରାଯାଇଛି। ଆସିଥିବା ଅଭିଯୋଗରେ କେବଳ ଆରୋପ ଲଗାଯାଇଛି। ଆଉ ପ୍ରତିପକ୍ଷଙ୍କୁ  ଯେପର୍ଯ୍ୟନ୍ତ ଦୋଷୀ ଗ୍ରହଣ କରାଯାଇନି ଯେପର୍ଯ୍ୟନ୍ତ ସେମାନେ ଦୋଷୀ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି ଆଟର୍ଣ୍ଣି କାର୍ଯ୍ୟାଳୟ। ଆଦାନୀ ସମୂହ ଏହି ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।