ବିଶାଳ ସମାବେଶରେ ବିଜେଡିକୁ ସମର୍ଥନ କରିବାକୁ ଘୋଷଣା କଲା କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ମହାସଂଘ

1 min read

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସହ ରହିଛନ୍ତି ଓଡିଶା କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ମହାସଂଘ । ପଦମପୁରଠାରେ ଆୟୋଜିତ ବିଶାଳ ସମାବେଶରେ ବିଜେଡିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ରାଜ୍ଯର ସମସ୍ତ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ । ନବୀନ ସରକାର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ସବୁ ସୁବିଧା କରିଛନ୍ତି । କାର୍ଯ୍ୟଦିବସ ବୃଦ୍ଧି ସହ, ଦୁଇଗୁଣା ବୋନସ ପ୍ରଦାନ କରୁଛନ୍ତି । ତୋଳାଳି ଓ କର୍ମଚାରୀଙ୍କ ବୟସ ୬୨ ବର୍ଷକୁ ବୃଦ୍ଧି କରିଛନ୍ତି । ଝିଅ ବାହାଘର ନିମନ୍ତେ ୫୦ ହଜାର ଟଙ୍କା ସହ ସାଇକେଲ ମଧ୍ଯ ମିଳୁଛି ।

କେନ୍ଦ୍ରର ବିଜେପି ସରକାର ୧୮ ପ୍ରତିଶତ ଜିଏସଟି ନେଉଥିବାବେଳେ ରାଜ୍ଯ ସରକାର ସହାୟତା ପ୍ରଦାନ କରୁଛନ୍ତି । ଏଥିପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, 5T  ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମସ୍ତେ କୃତଜ୍ଞତା ଜଣାଇବା ସହ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଛନ୍ତି । ଏହାଛଡ଼ା ଜିଏସଟି ପ୍ରତ୍ଯାହାର ନକଲେ ଆଗକୁ କେନ୍ଦ୍ର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ସମାବେଶରେ ୧୦ ହଜାରରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଯୋଗଦେଇ ପଦମପୁର ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିବାକୁ ଶପଥ ନେଇଥିଲେ । ସମାବେଶରେ ବିଧାୟିକା ପ୍ରାର୍ଥୀ ବର୍ଷା ସିଂ ବରିହା, ରାଜୁ ଘିବେଲା, ଚିରାଗ ସିଂ ଦେଓ, ମୌସମ ମିଶ୍ର , ଚିତ୍ରସେନ ବଗର୍ତ୍ତି, ଭାଗର୍ବ ବଢେଇ, ନାରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।