ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦୁପତ୍ର ତୋଳାଳି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦୁପତ୍ର ତୋଳାଳି । ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଦମପୁର ବ୍ଲକ ଦହିତା ପଞ୍ଚାୟତରେ ଦୁଇ ହଜାରରୁ ଅଧିକ ମହିଳା ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦୁପତ୍ର ତୋଳାଳି ଏକତା ମଞ୍ଚ ପକ୍ଷରୁ ଆୟୋଜିତ ସଭାରେ ଦୁଇ ହଜାରରୁ ଅଧିକ ମହିଳା ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ସହାୟତା ରାଶି ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୋଳାଳିଙ୍କୁ ୧ ହଜାର ଟଙ୍କା ଓ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସହାୟତା ପ୍ରଦାନ ପରେ ହିତାଧିକାରୀଙ୍କ ଖାତାକୁ ଯାଇଛି ୪୩ କୋଟି ଟଙ୍କା । ସହାୟତା ପ୍ରଦାନ କରିଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦୁପତ୍ର ତୋଳାଳି ।