ନନ୍ଦିଘୋଷ ବ୍ୟୁରୋ: ପରକୀୟା ପ୍ରୀତିର କରୁଣ ପରିଣତି। ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ତୀର ମାରି ଜୀବନରୁ ମାରିଦେଲା ସ୍ଵାମୀ। କେନ୍ଦୁଝର ଜିଲ୍ଲାରେ ଘଟିଛି ଏ ଅଭାବନୀୟ ଘଟଣା। ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁର ଏ ଘଟଣା। ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସଫର୍କକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କୁ ତୀର ମାଡ କରିଥିଲା। ତୀରଟି ଚିନିଙ୍କ ଛାତିରେ ବାଜିଥିଲା। ଆଜି ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କିଛି ସମୟ ପରେ ଚିନିଙ୍କର ମୃତ୍ୟୁ ଘଟିଥିଲା। ସ୍ୱାମୀକୁ ଅଟକ ପୋଲିସ ଅଧିକ ରଖି ପଚରାଉଚରା କରୁଛି ।

