କେନ୍ଦୁଝର ଜିଲ୍ଲାରେ ଏବେ ଚିଲିକାର ଭ୍ରମ

କେନ୍ଦୁଝର: ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । କେନ୍ଦୁଝର ଜିଲ୍ଲାରେ ଏବେ ଚିଲିକାର ଭ୍ରମ । ବିଦେଶାଗତ ପକ୍ଷୀଙ୍କର ଆଗମନରେ ଜିଲ୍ଲାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଶୀତଋତୁରେ ବଣପାହାଡ ଘେରା ପରିବେଶ ସାଙ୍ଗକୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ସୁରକ୍ଷିତ ସ୍ଥାନ ପାଇଁ ଅଧିକରୁ ଅଧିକ ବିଦେଶାଗତ ପକ୍ଷୀଙ୍କ କେନ୍ଦୁଝର ଆଗମନ ହେଉଛି । ସୂଦୂର ଆମେରିକା ଓ କାନାଡାର ‘‘ରେଡ୍ ହେଡେଡ୍ ଡକସ୍ ପକ୍ଷୀଙ୍କ ସହ ପୋଚର ଓ କିଙ୍ଗ ଫିସର ପକ୍ଷୀ  ଏଠାରେ ଦେଖିବାକୁ ମିଳୁଛି ।

ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ପରିବେଶକୁ ସ୍ବଚ୍ଛ ଓ ମନମୁଗ୍ଧକର କରୁଛି ରାଜ୍ୟ ସରକାରଙ୍କ ବିକାଶ । ଉପଯୁକ୍ତ ସ୍ଥାନ ପାଇଁ ଦୂରଦୂରାନ୍ତରୁ ଓଡ଼ିଶା ଚାଲି ଆସୁଛନ୍ତି ଦେଶ ବିଦେଶର ପକ୍ଷୀ । ଏବେ କେନ୍ଦୁଝରରେ ବି ସୃଷ୍ଟି ହୋଇଛି ଚିଲିକାର ଭ୍ରମ । ପୌରାଞ୍ଚଳ ୬ ନମ୍ବର ଓ୍ବାର୍ଡର ବଡଶାସନ ପୁଷ୍କରିଣୀ ।  ୧୦ ଏକର ପରିମିତ ଏହି ପୁଷ୍କରିଣୀ ୭ କୋଟିରୁ ଉର୍ଧ୍ବ ଟଙ୍କା ବ୍ୟୟରେ ଏବେ ଆକର୍ଷଣୀୟ ହୋଇ ଉଠିଛି । ପୋଖରୀର କାଚକେନ୍ଦୁ ଭଳି ପାଣି ଓ ମନୋରମ ପରିବେଶ ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଛି । ଗତ କିଛି ଦିନ ହେଲା ଆମେରିକା ଓ କାନାଡାର ‘‘ରେଡ୍ ହେଡେଡ୍ ଡକସ୍’’ଏହି ପୁଷ୍କରିଣୀରେ ଡେରା ପକାଇଛନ୍ତି । ଏଭଳି ସୁନ୍ଦର ବିଦେଶାଗତ ପକ୍ଷୀଙ୍କୁ ଦେଖି ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଦେଶାଗତ ପକ୍ଷୀଙ୍କ ପାଇଁ ସ୍ତାନୀୟ ବାସିନ୍ଦା ଖାଦ୍ୟ ଦେବା ସହ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି  ।

କେନ୍ଦୁଝରର ପ୍ରାକୃତିକ ପରିବେଶ ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ବେଳେ ବନ ବିଭାଗର ସୁରକ୍ଷା ବ୍ୟବସ୍ଥା ସେମନଙ୍କୁ ସୁହଉଛି ।ବିଦେଶା ଗତ ପକ୍ଷୀଙ୍କ ମଧ୍ୟରେ ରେଡ୍ ହେଡେଡ୍ ଡକସ୍ସ ସହିତ ପୋଚର ଓ କିଙ୍ଗ ଫିସର ଭଳି ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା କହିଛନ୍ତି କେନ୍ଦୁଝର ଡିଏଫଓ ।