ଭିଜିଲାନ୍ସ ପଞ୍ଝାରେ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ, ଲାଞ୍ଚ ନେବାବେଳେ ଧରାପଡ଼ିଲେ ପୃଥ୍ବୀରାଜ ମିଶ୍ର
1 min readକେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ଏଏସଆଇ ପୃଥ୍ୱୀରାଜ ମିଶ୍ର । ଏକ ମାଡ଼ପିଟ ଘଟଣାର ଫାଇନାଲ ଚାର୍ଜସିଟ ଦେବା ପାଇଁ ୭ ହଜାର ଲାଞ୍ଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ । ସଦର ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ମିହିର ଲେଙ୍କାଙ୍କ ନାମରେ ଥିବା ଏକ ମିଛ ମାମଲାର ଦଫା କମ୍ କରିବା ପାଇଁ ଲାଞ୍ଚ ନେଉଥିଲେ ASI । ୩୦୭ ଦଫାକୁ କାଟି ୧୦୭ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ପୃଥ୍ୱୀରାଜ ମିଶ୍ର । ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ନେଇଥିବା ବେଳେ ଆଜି ଅବଶିଷ୍ଟ ୭ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏହାପରେ ASI ପୃଥ୍ବୀରାଜ ମିଶ୍ରଙ୍କ କ୍ବାର୍ଟର୍ସରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । କ୍ୱାର୍ଟର୍ସରୁ ଏକାଧିକ ଜମି ପଟ୍ଟା, ସୁନା, ଟଙ୍କା, ଆଦି ଜବତ କରାଯାଇଛି । ତାଙ୍କ ନାଁରେ ଭୁବନେଶ୍ବର ଓ ଯାଜପୁରରେ ଏକାଧିକ ପ୍ଲଟ ଥିବା ଜଣାପଡ଼ିଛି ।