ଅଲଗା ହେବା ପାଇଁ ଅଦାଲତରେ ବର୍ଷା, ଦାବି କଲେ ଭରଣପୋଷଣ
1 min read
କଟକ: ଓଲିଉଡର ଚର୍ଚ୍ଚିତ ଯୋଡି ଓ ରିଏଲ ଲାଇଫ ପାର୍ଟନର ବର୍ଷା-ଅନୁଭବ ଅଲଗା ହେବାକୁ ଯାଉଛନ୍ତି । ବିବାହ ବିଛେଦ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହା ସହ ସେ ସାଂସଦ ଅନୁଭବଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛି । ଅନୁଭବଙ୍କ ବିରୋଧରେ ସେ କଟକ ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହେବା ସହ ନିଜର ଭରଣପୋଷଣ ଦାବି କରିଛନ୍ତି । ଉଭୟ ଆଲବମ୍ ଓ ଓଲିଉଡର ଆଗଧାଡ଼ିର ଅଭିନେତା ରାଜନୀତିରେ ମଧ୍ୟ ସଫଳତା ପାଇଛନ୍ତି ।
ସେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦ ଭାବେ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି । ସଂପ୍ରତି ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ଭାବେ କାର୍ଯ୍ୟରତ । ଏହି ଦୁଇ ଚର୍ଚ୍ଚିତ ଦମ୍ପତିଙ୍କ ବିବାହ ୨୦୧୪ରେ ହୋଇଥିଲା । ଅନ୍ୟପକ୍ଷରେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତି ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇ ପାରିନାହିଁ । ନୋଟିସ ମିଳିଲେ ଉତ୍ତର ରଖିବେ ବୋଲି କହିଛନ୍ତି ।