ଓଡ଼ିଆ ପୁଅ ସମ୍ବିତ GATE ଟପ୍ପର, ୧୦୦୦ରୁ ରଖିଛନ୍ତି ୯୪୫ ମାର୍କ

1 min read
Gate Topper

କେନ୍ଦ୍ରାପଡ଼ା: ପଙ୍କରୁ ପଦ୍ମ । ନିପଟ ମଫସଲ ଗାଁରୁ ଯାଇ ଗେଟ୍ ପରୀକ୍ଷାରେ ଟପ୍ପର । ପଙ୍କରୁ ପଦ୍ମ ଫୁଟିଲା ପରିଗ୍ରାଜୁଏଟ୍‌ ଆପ୍‌ଟିଟ୍ୟୁଡ୍‌ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର ସମ୍ବିତ୍ ପରିଡ଼ା । ୨୦୨୦-୨୧ ଗେଟ୍ ପରୀକ୍ଷାରେ ୧୦୦୦ରୁ ୯୪୫ ସ୍କୋର ରିଖି ପ୍ରଥାନ ସ୍ଥାନ ଅଧିକାର କରିଛନ୍ତି । ତେବେ ସମ୍ବିତଙ୍କ ଏହି କୃତିତ୍ୱ ପାଇଁ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚି ନାୟକ ଘରେ ପହଁଚି ଶୁଭେଚ୍ଛା ଜଣାଇଛନ୍ତି ।

ଶିକ୍ଷା ପ୍ରତି ଏକାଗ୍ରତା ତାଙ୍କୁ ଆଜି ଶୀର୍ଷରେ ପହଁଚାଇଛି । ଆଉ ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଏହି ମେଧାବୀ ଛାତ୍ର ।

ଅନ୍ତେଇ ସରକାରୀ ବିଦ୍ୟାଳୟରୁ ଦଶମ ପାସ୍ କରିବା ପରେ ଆଉ ପଛକୁ ଚାହିଁ ନାହାନ୍ତି ଏହି ମେଧାବୀ ଛାତ୍ର । ରେଭେନ୍ସାରୁ ଗ୍ରାଜୁଏସନ୍ ପରେ ବମ୍ବେ ଆଇଆଇଟିରୁ ମାଷ୍ଟର ଡିଗ୍ରୀ ସାରି ଏବେ କାନପୁର ଆଇଆଇଟିରେ ପିଏଚ୍‌ଡି କରୁଛନ୍ତି ସମ୍ବିତ୍ । ତେବେ ଗେଟ୍ ପରୀକ୍ଷାରେ ଟପ୍ପର ହେବା ପରେ ସମ୍ବିତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ସେପଟେ ସମ୍ବିତଙ୍କୁ ପାଠ ପାଢାଇଥିବା ସାର୍, ମେଧାବୀ ଛାତ୍ରଙ୍କ କୃତିତ୍ୱକୁ ଗୁରୁ ଦକ୍ଷିଣା ବୋଲି କହିଛନ୍ତି । ଦୃଢ଼ ମନବଳ ଆଗରେ ସବୁକିଛି ସମ୍ଭବ ହୋଇପାରିବ ବୋଲି ପ୍ରମାଣ କରି ଦେଖାଇଛନ୍ତି ସମ୍ବିତ । ଗୋଡ଼ ଠିକ୍ ନଥିଲେ ମଧ୍ୟ ହାର ନମାନି ଆଗେଇ ଚାଲିଥିଲେ ।

Leave a Reply