ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗର ଗାଁରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବାପା, ମା, ପୁଅ । ବାପା ଶ୍ରୀଦାମ ମଣ୍ଡଳଙ୍କ ମୃତଦେହ ଘର ଛାତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ, ବନ୍ଦ ଘରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମା’ ଜୟନ୍ତୀ ମଣ୍ଡଳ ଓ ପୁଅ ପରିକ୍ଷିତ ମଣ୍ଡଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ପରିବାରର ତିନିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଲା, ସେନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।