ଗାଁ ଦାଣ୍ଡରୁ ହଜି ଯାଉଛି କେନ୍ଦେରା ସ୍ବର

ବାସୁଦେବପୁର: ଗାଁ ଦାଣ୍ଡରୁ ଧିରେ ଧିରେ ହଜି ଯାଉଛି କେନ୍ଦରା ସ୍ବର।  ଆଧୁନିକତାର ଚାକଚକ୍ୟ ମଧ୍ଯରେ ଲିଭିବାକୁ ବସିଲାଣି ଲୋକ କଳା । ନୂତନତା ଆଗରେ ସତ୍ତା ହରାଉଛି ପୁରାତନ ପରମ୍ପରା । ଆଉ ଗାଁ ଦାଣ୍ଡରେ ଶୁଣିବାକୁ ମିଳୁନି କେନ୍ଦରା ସ୍ବର। କୌଳିକ ବୃତ୍ତିକୁ ଜାବୁଡି ଧରିଥିବା କିଛି କାଁ ଭାଁ ବୟସ୍କ ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳୁଛି କେନ୍ଦରା।

ହାତରେ  ଧରିଛି କେନ୍ଦରା। ପାଟିରେ ସୁଲଳିତ ମଧୁର ସଙ୍ଗୀତ। ଏ ଦାଣ୍ଡରୁ ସେ ଦାଣ୍ଡକୁ ବୁଲି ବୁଲି ଶୁଣାଉଛନ୍ତି ପିଲା ଦିନର ଗୀତ। ଏ ଦୃଶ୍ୟ ଭଦ୍ରକ ବାସୁଦେବପୁରର ।  ଗାଁ ଗାଁ ବୁଲି  କେନ୍ଦରା ବଜାଉଛନ୍ତି ଯୋଗୀ । ଧିରେ ଧିରେ  କେନ୍ଦରା ସ୍ବର ହଯିବାକୁ ବସିଥିବା ବେଳେ କାଁ ଭାଁ ବୟସ୍କ ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳୁଛି କେନ୍ଦରା। ଯୋଗୀ ସଙ୍ଗୀତରେ ମଜ୍ଜି ଯାଆନ୍ତି ଗ୍ରାମବାସୀ। ପ୍ରତିଦବଳରେ କିଏ ଚାଉଳ ତ କିଏ ବଢେଇଦିଏ ଖାଦ୍ୟ ସାମଗ୍ରୀ ।

କେନ୍ଦରାରୁ ମିଳୁଛି ଓଡ଼ିଶାର ଲୋକ କଳାର ଝଲକ । ଆଜିବି ଏହାକୁ ବଞ୍ଚାଇ ରଖିବାକୁ  ଉଦ୍ୟମ କରୁଛନ୍ତି ଲୋକେ । ଗାଁ ଗାଁରେ ଏହି କେନ୍ଦେରା ଶୁଣିବାକୁ ଲୋକଙ୍କ ଆଗ୍ରହ ମଧ୍ୟ ରହିଛି। ବୃତ୍ତିକୁ ନେଇ ଚଳିବା କଷ୍ଟକର ହେଉଥିବାରୁ ସରକାର କଳାକାର ଭତ୍ତା ମାଧ୍ୟମରେ ସାମିଲ କଲେ ଲୋକକଳା ଉଜ୍ଜୀବିତ ହୋଇରହିବ ବୋଲି ମତ ପ୍ରକାଶ ପାଇଛି ।