ମୋଦିଙ୍କ ‘ଆୟୁଷ୍ମାନ ଭାରତ’ କୁ ଟକ୍କର ଦେବ କେଜ୍ରିଓ୍ବାଲଙ୍କ ସଞ୍ଜିବନୀ ଯୋଜନା…

1 min read

ନନ୍ଦିଘୋଷ ବ୍ୟୁରୋ: ଆଗକୁ ଦିଲ୍ଲୀରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ରାଜଧାନୀର ରାଜନୖତିକ ମାହୋଲ ସରଗରମ ହେବାରେ ଲାଗିଛି । ଚଳିତ ନିର୍ବାଚନରେ ମଧ୍ୟ ଦିଲ୍ଲୀକୁ କବଜା କରିବା ଲାଗି ଆମ୍ ଆାଦମୀ ପାର୍ଟି ତାର ଜୋରଦାର ପ୍ରୟାସ କରିବା ଆରମ୍ଭ କରିଦେଇଛି । ସେଥିପାଇଁ ରଖି ଆମ ଆଦମୀ ପାର୍ଟି ଖେଳିଛି ନୂଆ ଯୋଯନା କାର୍ଡ଼ । ଏବେ ଚର୍ଚ୍ଚାରେ ବିଜେପି ର ଅୟୁଷ୍ମାନ କାର୍ଡ଼ ଆଉ ଆପ୍ ର ସଞ୍ଜିବନୀ କାର୍ଡ଼ । ଆପ୍ ର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସବୁବର୍ଗର ଲୋକଙ୍କୁ ଆକର୍ଷିତ କରିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି । କୁହାଗଲାଣି ଏଥର ବିଜେପି ଉପରେ ଭାରି ପଡ଼ିବ ଆାମ ଆାଦମୀ ପାର୍ଟି ।
‘ଆୟୁଷ୍ମାନ’ ଉପରେ ଭାରି ପଡ଼ିବ ‘ସଞ୍ଜିବନୀ’ ଯୋଜନା !

ବୁଧବାର ଆପ୍ ସରକାର ଦିଲ୍ଲୀରେ ‘ସଞ୍ଜୀବନୀ’ ଯୋଜନାର ଘୋଷଣା କରିଛି। ଏହି ଯୋଜନା କେନ୍ଦ୍ରର ଆୟୁଷ୍ମାନ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଦିଲ୍ଲୀର ଆପ ସରକାର ଥିବାବେଳେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଏଠାରେ ଲାଗୁ ହୋଇନାହିଁ। ବିଜେପି ଅଭିଯୋଗ କରୁଛି ଯେ କେଜ୍ରିଓ୍ବାଲଙ୍କ ପାର୍ଟି ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦେଉନାହିଁ। ତେଣୁ ବିଜେପିକୁ ଜବାବ ଦେବା ଲାଗି ଆପ୍ ସଞ୍ଜୀବନୀ ଯୋଜନା ଆଣିବାକୁ ଯାଉଛି। ଏହି ଯୋଜନା ବଡ଼ ଗେମ ଚେଞ୍ଜର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଏହା ପୂର୍ବରୁ ଗତ ୧୨ ତାରିଖରେ କେଜ୍ରିଓ୍ବାଲ ‘ଲାଡଲୀ ଭଉଣୀ ଯୋଜନାରେ’ ମହିଳାମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ପ୍ରତିମାସରେ ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହା ପୂର୍ବରୁ ୧୦ ତାରିଖରେ କେଜ୍ରିଓ୍ବାଲ ଦିଲ୍ଲୀର ଅଟୋ ଚାଳକଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିଲେ।
ତେବେ ଆସନ୍ତୁ ଜାଣିବା ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ …

ପ୍ରଥମେ ସଞ୍ଜୀବନୀ ଯୋଜନା ବିଷୟରେ ଆଲୋଚନା କରିବା …
– ଅରବିନ୍ଦ କେଜ୍ରିୱାଲ ବୃଦ୍ଧମାନଙ୍କ ପାଇଁ ସଞ୍ଜୀବନୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ ରାଜଧାନୀରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଚିକିତ୍ସା ମାଗଣା ହେବ।
– ୬୦ ବର୍ଷରୁ ଅଧିକ ସମସ୍ତ ନାଗରିକ ଦିଲ୍ଲୀରେ ମାଗଣା ଚିକିତ୍ସା ପାଇବେ। କେଜ୍ରିୱାଲଙ୍କ ଅନୁଯାୟୀ ଚିକିତ୍ସା ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରିବେ
– କେଜ୍ରିୱାଲ କହିଛନ୍ତି ଯେ ଆଗାମୀ ଦିନରେ ଆପ୍ କମର୍ଚାରୀ ମାନଙ୍କ ଦ୍ବାରା ଘର ଘର ବୁଲି ପଞ୍ଜୀକରଣ ଆରମ୍ଭ ହେବ । ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହିତାଧିକାରୀଙ୍କ ଲାଗି ଆୟର କୋଣସି ସୀମା ରହିବ ନାହିଁ। ଅର୍ଥାତ ଆୟ ସମ୍ବନ୍ଧରେ କୌଣସି ସୀମା ରହିବ ନାହିଁ ।

ଏବେ ଆସନ୍ତୁ ନଜର ପକାଇବା ଆୟୁଷ୍ମାନ ଭାରତ ଯଥା ପ୍ରଧାନ ମନ୍ତ୍ରୀ ଜନ ଆାରେଗ୍ୟ ଯାଜନା ଉପରେ…
– ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ -ଜନ ଆରୋଗ୍ୟ ଯୋଜନା ଅଧୀନରେ ବୃଦ୍ଧଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ୭୦ ବର୍ଷରୁ ଅଧିକ ବୟସ ମାଗଣା ସ୍ୱାସ୍ଥ୍ୟ ବୀମା ପାଇବେ … ଏହି ଯୋଜନା ଅଧୀନରେ ଅନେକ ପ୍ରମୁଖ ରୋଗ ଅନ୍ତର୍ଭୁକ୍ତ, କର୍କଟ, ହୃଦ ରୋଗ ଏବଂ କିଡନୀ ସମ୍ବନ୍ଧୀୟ ରୋଗ ବ୍ୟତୀତ ଏଥିରେ କରୋନା, ମୋତିଆବିନ୍ଦୁ ମଧ୍ୟ ଅନ୍ତର୍ଭୁକ୍ତ ।
– ଆଧାର କାର୍ଡରେ ଲେଖାଯାଇଥିବା ଜନ୍ମ ତାରିଖ ଆଧାରରେ, ଯଦି ବୃଦ୍ଧ ୭୦ ବର୍ଷ ବୟସ ହାସଲ କରୁଛନ୍ତି, ତେବେ ସମସ୍ତେ ବର୍ତ୍ତମାନ ଏହି ଯୋଜନାର ଲାଭ ପାଇବେ, ପେନସନଭୋଗୀ ମାନେ ମଧ୍ୟ ଏହାର ଲାଭ ନେଇପାରିବେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସାରା ଦେଶରେ ପ୍ରାୟ ୩୦ ହଜାର ଡାକ୍ତରଖାନା ଅଛି, ସେଥିମଧ୍ୟରୁ ୧୩ ହଜାର ଘରୋଇ ଏବଂ ୧୭ ହଜାର ସରକାରୀ ଡାକ୍ତରଖାନା ଅଟେ। ଯଦି ଏହି ସମସ୍ତ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ହୁଅନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ।

ଏବେ ଦେଖିବାକୁ ବାକିରହିଲା ଜନତାଙ୍କୁ ଅଧିକ ଆକୃଷ୍ଟ କିଏ କରି ପାରୁଛି ।