ଦିଲ୍ଲୀରେ ଆପ୍‌ର ହାଟ୍ରିକ୍ ବିଜୟ, ଆଜି ଉପରାଜ୍ୟପାଳଙ୍କୁ ଭେଟିବେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀର ଦିଲ୍‌ ଜିତିଛି ଆମ ଆଦମୀ ପାର୍ଟି । ୬୨ ଆସନ ଜିତି କ୍ଷମତାର ହ୍ୟାଟ୍ରିକ୍‌ ଲଗାଇଛି। ଆଜି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ୱାଲ୍‌ । ନିର୍ବାଚନରେ ବିପୁଳ ବିଜୟ ପରେ ଔପଚାରିକ ସାକ୍ଷାତକାର ହେବ ।

ଏହାପରେ ନବନିର୍ବାଚିତ ବିଧାୟକଙ୍କ ସହ ନିଜ ବାସଭବନରେ ବୈଠକ କରିବେ କେଜ୍ରିଓ୍ୱାଲ୍‌  । ସେଠାରେ ତାଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯିବ। ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ୱାଲ୍‌ । ଶପଥ ତାରିଖ ସମ୍ପର୍କରେ ଆଜି ବରିଷ୍ଠ ନେତା ମନୀଷ ସିସୋଦିଆ ସୂଚନା ଦେବେ ।

ସେପଟେ ପରାଜୟ ନେଇ ସମୀକ୍ଷା କରିବ ବିଜେପି । ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡ। ପରାଜୟର ସମୀକ୍ଷା ପାଇଁ ଆଜି ଅପରାହ୍ନରେ ବିଜେପି ନେତାଙ୍କ ବୈଠକ ଡାକିଛନ୍ତି ।

ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ । ସେପଟେ ପରାଜୟ ପରେ ଇସ୍ତଫା ଦେଇଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା । ପରାଜୟ ପାଇଁ ନିଜକୁ ଦାୟୀ କରି ସେ ପଦରୁ ଇସ୍ତଫା ଦେଇଛନ୍ତି ।

Leave a Reply