ନିର୍ବାଚନ ପୂର୍ବରୁ ମହିଳାଙ୍କୁ କେଜ୍ରିଓ୍ବାଲଙ୍କ ଗୁରୁମନ୍ତ୍ର, ଭାଷଣ ଭାଇରାଲ

1 min read

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ମଇଦାନ ସେତିକି ଉଷ୍ମ ହେବାରେ ଲାଗିଛି । ଧର୍ମ, ଜାତି, ସେଲିବ୍ରେଟୀଙ୍କ ନେଇ ରାଜନୈତିକ ଦଳମାନେ କାର୍ଡ କରୁଥିବାବେଳେ ସେସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହିଳାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେ କହିଛନ୍ତି ଅଧିକାଂଶ ଲୋକେ ମୋଦିଙ୍କ ନାମ ଜପୁଛନ୍ତି । ଯଦି ଆପଣଙ୍କ ସ୍ବାମୀ ଏଭଳି ଜପନ୍ତି ତାହେଲେ ରାତିରେ ଖାଇବାକୁ ଦେବନାହିଁ । ଦିଲ୍ଲୀରେ ଏକ ମହିଳା ସମ୍ମାନ ସମାରୋହ ଆୟୋଜନ ହୋଇଥିବାବେଳେ ଏଭଳି କିଛି କହୁଥିଲେ କେଜ୍ରିଓ୍ବାଲ ମହିଳାଙ୍କୁ ସମ୍ବୋଧନ କରିବା ଅବସରରେ ଏଭଳି ତିନୋଟି ପଏଣ୍ଟ କହିଛନ୍ତି । ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ପରିବାର ଲୋକଙ୍କୁ ଶପଥ କରାନ୍ତୁ ସେମାନେ ଆପକୁ ସମର୍ଥନ କରିବେ । କେବଳ କେଜ୍ରିଓ୍ବାଲ ଆପଣଙ୍କ ସହ ଛିଡ଼ା ହେବ । ମୁଁ ମାଗଣା ବିଜୁଳି ଦେଉଛି, ବସ ଟିକେଟ ଫ୍ରି କରିଛି । ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ମିଳୁଛି । ବିଜେପି କଣ କରିଛି ? ସେମାନେ ମହିଳା ସଶକ୍ତିକରଣ ନାଁରେ ଠକେଇ କରୁଛନ୍ତି । କେଜ୍ରିଓ୍ବାଲ କୌଣସି ଠକେଇ କରିନାହିଁ । ସରକାରୀ ଟଙ୍କାକୁ ଲୋକଙ୍କୁ ଦେଉଛି । ଏଭଳି ଅନେକ କଙଥା କହିଥିବାବେଳେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।