ଚଣ୍ଡିଗଡ଼ ମେୟର ନିର୍ବାଚନ ରାୟ ପରେ ବିଜେପି ଉପରେ ବର୍ଷିଲେ କେଜ୍ରିଓ୍ବାଲ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କହିଲେ ବିଜେପି ନିର୍ବାଚନ ଜିତେନାହିଁ । ଭୋଟ୍ ଚୋରି କରେ । ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଗଡ଼ବଡ଼କୁ ନେଇ ଆସିଥିବା ସୁପ୍ରିମକୋର୍ଟ ନିଜର ରାୟରେ ଆପର କୁଲଦୀପ କୁମାରଙ୍କୁ ମେୟର ଘୋଷଣା କରିଛନ୍ତି । ୮ଟି ଭୋଟ ଅବୈଧ ଘୋଷଣା ହୋଇଥିବାବେଳେ ଏହା ଜାଣିଶୁଣି ରିଟର୍ଣ୍ଣିଂ ଅଫିସର କରିଥିବା ମାନିବା ପରେ ଆପର ବଡ଼ ବିଜୟ ହୋଇଛି । ଯାହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି, ଏହା ଏକ ଐତିହାସିକ ବିଜୟ । ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ଏବଂ ଗୁରୁତ୍ବପୂର୍ଣ୍ଣ ବିଜୟ । ଆମେ ବିଜେପିଠାରୁ ବିଜୟ ଛଡ଼ାଇ ଆଣିଛୁ । ଆମେ ସଂଘର୍ଷ କରିଛୁ ଏବଂ ବିଜୟୀ ହୋଇଛୁ । ବିଜେପି କିଭଳି ଚୋରୀ କରି ବିଜୟୀ ହୁଏ ତାହା ସାରା ଦେଶବାସୀ ଦେଖିଲେ । ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ଏହାର ପ୍ରଭାବ ନିଶ୍ଚୟ ପକାଇବ । ଯଦି ଦେଶରେ ଗଣତନ୍ତ୍ର ବଞ୍ଚିବ ନାହିଁ ତାହେଲେ କିଛି ବଞ୍ଚିବ ନାହିଁ ।