ନଭେମ୍ବର ୨ରେ ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ଆସନ୍ତା ନଭେମ୍ବର ୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ବେଆଇନ ଅର୍ଥ କାରବାର ମାମଲାରେ କେଜ୍ରିଓ୍ବାଲଙ୍କୁ ହାଜର ହେବାକୁ ଦିଆଯାଇଛି ନିର୍ଦ୍ଦେଶ । ପୂର୍ବରୁ ଗତ ଏପ୍ରିଲ ୧୬ ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିବିଆଇ ଜେରା କରିଥିଲା । ସେହିପରି ଗତ ଅକ୍ଟୋବର ୪ ତାରିଖରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ଗିରଫ ହୋଇଥିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସିସୋଦିଆଙ୍କ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।  ଫଳରେ ମନୀଷ ସିସୋଦିଆଙ୍କୁ ଆହୁରି ୬ ମାସ ଜେଲରେ ରହିବାକୁ ପଡିବ  । ଦିଲ୍ଲୀ ମଦ ନୀତି ଭ୍ରଷ୍ଟାଚାର ମାମଲାରେ ୩୩୮ କୋଟି ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା ।