ବିଜେପି ପ୍ରଥମେ ଜୟନାରାୟଣ ମିଶ୍ରଙ୍କ ଠାରୁ ଦୂରେଇ ରୁହନ୍ତୁ: ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ କକ୍ଷତ୍ୟାଗକୁ ଦୁର୍ଭାଗ୍ୟଜନକ ବୋଲି କହିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଯାହା ନାଁ ୧୬ଟି ଅପରାଧିକ ମାମଲା ରହିଛି ,  ଯିଏ ନିଜ ସଭାପତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ, ଜଣେ କାର୍ଯ୍ୟରତ ମହିଳା ପୋଲିସଙ୍କୁ ଧକ୍କା ମାରିଥିଲେ ତାଙ୍କଠାରୁ ଆଉ ଅଧିକ କ’ଣ ଆଶା କରିବା ବୋଲି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଟାଗେର୍ଟ କରିଛନ୍ତି ପ୍ରଶାନ୍ତ ମୁଦୁଲି । ବିଜେପି ସୁରକ୍ଷା କଥା କହୁଛନ୍ତି ସେମାନେ ପ୍ରଥମେ ତାଙ୍କ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି ପ୍ରଶାନ୍ତ । ମାନସିକ ସନ୍ତୁଳନ ଠିକ୍ ଥିବା ବ୍ୟକ୍ତି ଏମିତି କାର୍ଯ୍ୟ କେବେ କରନ୍ତିନି । ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଜୟନାରାୟଣ ମିଶ୍ରଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।