ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେଦାରନାଥ ଧାମ

ନୂଆଦିଲ୍ଲୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେଦାରନାଥ ଧାମ । ଆଜି ସକାଳୁ ରୀତିନୀତି ଅନୁସାରେ କେଦାରନାଥ ପୀଠର ଦ୍ବାର ଫିଟାଯାଇଛି । ପାରମ୍ପାରିକ ବାଦ୍ୟ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ବାବାଙ୍କ ଧାମ । ଶ୍ରଦ୍ଧାଳୁଙ୍କ ଜୟ କେଦାର, ହର ହର ସମ୍ଭୁ, ବମ ଭୋଲେ ନାରାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିରକୁ ୨୦ କୁଇଣ୍ଟାଲ ଫୁଲ ସାଜସଜ୍ଜା କରାଯାଇଛି ।

ଦ୍ବାର ଫିଟା ନୀତି ପାଇଁ ସକାଳ ୫ଟାରୁ ହିଁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପଞ୍ଚମୁଖୀ ମୂର୍ତ୍ତି ବିମାନରେ ରାଓ୍ବଲ ନିବାସରୁ ମନ୍ଦିର ପରିସରରେ ପହଞ୍ଚିଥିଲା । ସୋମବାର ସନ୍ଧ୍ୟାରୁ କେଦାରନାଥ ପୀଠକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜା ଯାଇଥିଲା । ମନ୍ଦିର ଦ୍ବାର ଫିଟା ନୀତି ବେଳକୁ ପ୍ରାୟ ୮ ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଗତ ୭୨ ଘଣ୍ଟା ଧରି ଉତ୍ତରାଖଣ୍ଡରେ ବରଫପାତ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଅଟକି ରହିଛନ୍ତି ।