କ୍ରିକେଟରୁ ସନ୍ୟାସ ଘୋଷଣା କଲେ କେଦାର ଯାଦବ

1 min read

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟରୁ ସନ୍ୟାସ ନେଲେ ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ । ୩୯ ବର୍ଷୀୟ କେଦାର ଯାଦବ ସୋମବାର ନିଜର ସନ୍ୟାସ ସମ୍ପର୍କରେ ଏକ୍ସରେ ପୋଷ୍ଟ କରିଛନ୍ତି । ଜଣେ ଅଲରାଉଣ୍ଡର ଏବଂ ଫିନିସରଭାବେ ଜଣାଶୁଣା ଥିଲେ କେଦାର ଯାଦବ । ୨୦୨୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ତେବେ ୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ୭୩ ଦିନିକିଆ ଏବଂ ୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆରେ ୨ଟି ଶତକ ଏବଂ ୬ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି କେଦାର ଯାଦବ । ଧୋନୀ ଯେଭଳି ଷ୍ଟାଇଲରେ କ୍ରିକେଟକୁ ଅଲବିଦା କହିଥିଲେ ସେଭଳି ଷ୍ଟାଇଲରେ ଅବସର ଘୋଷଣା କରିଛନ୍ତି କେଦାର ଯାଦବ ।