କଟକ ; ସରୁନି କଟକ ୬ ଥାକିଆ ରାସ୍ତା କାମ । କଟକ ଧବଳେଶ୍ଵର ମଧୂସୁଦନ ସେତୁ ନିକଟରୁ ଚହଟା ପର୍ଯ୍ୟନ୍ତ ଦୁଇବର୍ଷ ହେଲା ଚାଲିଛି କାମ । ଏଥିପାଇଁ ରାସ୍ତା ଏପ୍ରକାର ମରଣଯନ୍ତା ପାଲଟିଲାଣି । ନିକଟରେ ବାଲିଭୂଆଷୁଣି ନିକଟରେ ରାସ୍ତାର ଗାର୍ଡ ୱାଲ ଭୂଷୁଡି ପଡିଥିଲା । ଯାହାର ମରାମତି ମଧ୍ୟ ଏଯାଏଁ ହୋଇପାରି ନାହିଁ । ପ୍ରତିଦିନ ଢେଙ୍କାନାଳ, ଅନଗୁଳ ଓ ସମ୍ବଲପୁର ଅଞ୍ଚଳର ଶହ ଶହ ଗାଡ଼ି ଏହି ରାସ୍ତାରେ ଯାଉଛି । ସେପଟେ ଠିକାଦାର ସଂସ୍ଥାକୁ ପୂର୍ବରୁ ତାଗିଦ କରାଯାଇଛି ଓ ଆଗକୁ ଏନେଇ ସେ ନିଜେ ଆଲୋଚନା କରିବେ ବୋଲି କହିଛନ୍ତି ମେୟର । କେବେ ସରିବ ୬ ଥାକିଆ ରାସ୍ତା । ଦୁଇବର୍ଷ ହେଲା ସରୁନି କାମ । ନିମ୍ନମାନର କାମ ଯୋଗୁଁ ଭୁଶୁଡୁଛି ରାସ୍ତା । କାମ ସରୁ ନଥିବାରୁ ପ୍ରତିଦିନ ଘଟୁଛି ଦୁର୍ଘଟଣା । କଟକ ଧବଳେଶ୍ଵର ପାଖ ମଧୂସେତୁ ନିକଟରୁ ଚହଟା ଯାଏଁ ୬ ଥାକିଆ ରାସ୍ତାର କାମ ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିଲା । ଏଥିପାଇଁ ଅନୁମୋଦନ ହୋଇଥିଲା ୫୬ କୋଟି ଟଙ୍କା । ହେଲେ ସରକାର ବଦଳିବା ପରେ ଏକପ୍ରକାର ଠପ୍ ହୋଇଛି କାମ । ଦୁଇବର୍ଷ ହେଲା ସରିବାର ନାଁ ନେଉନି । ନିମ୍ନ ମାନର କାମ ଓ ଠିକାଦାରର ମନମାନି ଯୋଗୁଁ ମରଣଯନ୍ତା ପାଲଟିଲାଣି ରାସ୍ତା । ନିକଟରେ ସାମାନ୍ୟ ବର୍ଷାରେ ବାଲି ଭୂଆଷୁଣୀ ନିକଟରେ ରାସ୍ତାର ଗାର୍ଡ ୱାଲ ଭାଙ୍ଗି ଯାଇଥିଲା । ତାର ମରାମତି ମଧ୍ୟ ଏ ଯାଏଁ ହୋଇ ନାହିଁ । ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଆଠଗଡ ଅଞ୍ଚଳରୁ ଶହ ଶହ ଗାଡ଼ି ଏହି ରାସ୍ତାରେ ପ୍ରତିଦିନ ଯାତାୟାତ କରନ୍ତି । ରାସ୍ତା ଖାଲଢେପ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ରାସ୍ତାକାମକୁ ନେଇ ଅନେକ ଥର କଟକ ମେୟର ଓ ବାରବାଟୀ-କଟକ ବିଧାୟିକା ସମୀକ୍ଷା କରିଛନ୍ତି । ରାସ୍ତାର ଅବସ୍ଥା ନେଇ ମେୟର ଚିନ୍ତା ପ୍ରକଟ କରିଛନ୍ତି । ଶ୍ରାବଣ ମାସରେ ଶହ ଶହ ବୋଲବମ ଭକ୍ତ ଧବଳେଶ୍ଵର ଓ ସିଦ୍ଧେଶ୍ଵର ଯାଉଛନ୍ତି । ତେଣୁ ଏ ନେଇ R&B କୁ ଚିଠି ଲେଖି ଅବଗତ କରାଯାଇଛି । ତୁରନ୍ତ ରାସ୍ତାର ମରାମତି କରି କରିବାକୁ ଚିଠିରେ ତାଗିଦ କରାଯାଇଛି । କଟକର ଏକ ଲାଇଫ ଲାଇନ ଭଳି ଏବେ କାମ କରୁଥିବା ମଧୂସୁଦନ ସେତୁରୁ ଚହଟା ରାସ୍ତା କଥା ସରକାର ଓ ବିଭାଗ ଚିନ୍ତା ନକଲେ ଆଗକୁ ଏହା ଜନଜୀବନକୁ ବିପଦରେ ପକାଇବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

