କେବିସିର ଏହି ପ୍ରଶ୍ନ ଲାଗି ପ୍ରତିଯୋଗୀ ହାତଛଡା କଲେ ୭ କୋଟି ଟଙ୍କା
1 min readନୂଆଦିଲ୍ଲୀ: କୋନ୍ ବନେଗା କରୋଡପତି (କେବିସି)ର ୧୨ତମ ସିଜନକୁ ଦର୍ଶକମାନେ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି । ତା’ଠାରୁ ଅଧିକ ମଜାଦାର ରହିଥିଲା କେବିସିର ବୁଧବାର ଏପିସୋଡ ।
ସେହି ଏପିସୋଡରେ ଶୋର ହୋଷ୍ଟ ଅମିତାଭ ବଚ୍ଚନ ପ୍ରତିଯୋଗୀ ଅନୁପା ଦାସଙ୍କୁ ୭ କୋଟି ଟଙ୍କା ମୂଲ୍ୟର ଏକ ପ୍ରଶ୍ନ ପଚାରିଥିଲେ। ତାହା ପୁଣି ଥିଲା କ୍ରିକେଟ୍ ସମ୍ପର୍କିତ। ଯାହାର ଜବାବ ଠିକ୍ ଭାବେ ଦେଇନପାରି ଶୋରୁ ଓହରି ଯାଇଥିଲେ ଅନୁପା ।
She came, she answered, she won! ANUPA becomes one among three wise, knowledgable and empowered women who became Crorepatis in season 12. Watch her on #KBC12 NOW only on Sony TV. @SrBachchan @SPNStudioNEXT pic.twitter.com/eePH8bv2er
— sonytv (@SonyTV) November 25, 2020
ଜାଣନ୍ତୁ, କ’ଣ ଥିଲା ସେହି କ୍ରିକେଟ୍ ସମ୍ପର୍କିତ ପ୍ରଶ୍ନ- ରିୟାଜ ପୁନାଓ୍ୱାଲା ଓ ଶୌକତ ଦୁକାନଓ୍ୱାଲା ଦୁହେଁ ଦିନିକିଆ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ କେଉଁ ଟିମରୁ ପ୍ରତିନିଧିତ୍ୱ କରିଥିଲେ ?
ଯାହାର ଅପ୍ସନ ଥିଲା କିଛି ଏଭଳି-
ଏ. କେନିଆ
ବି. ୟୁଏଇ
ସି. କାନାଡା
ଡି. ଇରାନ୍
ଯାହାର ଜବାବ ଜଣାନଥିଲା ଅନୁପାଙ୍କୁ । ଯେଉଁଥିପାଇଁ ସେ ଶୋରୁ ଓହରିବା ଲାଗି ନିଷ୍ପତ୍ତି ନେଇଥିଲେ । ଶୋ ଛାଡିବା ପରେ ସେ ଉକ୍ତ ପ୍ରଶ୍ନର ଉତ୍ତର ୟୁଏଇ ବୋଲି କହିଥିଲେ । ହେଲେ ଅନୁପାଙ୍କ ସେହି ଜବାବ ଏକଦମ୍ ସଠିକ୍ ଥିଲା ।
ଛତିଶଗଡ ଜଗଦଲପୁରରୁ ଆସିଥିବା ଅନୁପା ଦାସ ଜଣେ ସ୍କୁଲ୍ ଶିକ୍ଷୟିତ୍ରୀ । ଯିଏକି କେବିସି ମଞ୍ଚରୁ ୧ କୋଟି ଟଙ୍କା ଜିତିପାରିଛନ୍ତି ।