spot_img

Latest Posts

୨୫ ଲକ୍ଷର ପ୍ରଶ୍ନ ଶୁଣି କେବିସି ହଟ୍ ସିଟରୁ ଓହରିଲେ ପ୍ରତିଯୋଗୀ

ନୂଆଦିଲ୍ଲୀ: କୋନ୍ ବନେଗା କରୋଡପତି (କେବିସି)ର ୧୨ତମ ସିଜନକୁ ଦର୍ଶକମାନେ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି । ତା’ଠାରୁ ଅଧିକ ମଜାଦାର ରହୁଛି ପ୍ରତିଯୋଗୀ ମାନଙ୍କର ଉତ୍ତର ଦେବାଶୖେଳୀ ଓ ଧନରାଶି ଜିତିବା।

ନିକଟରେ କେବିସିର ହଟସିଟରେ ବସିଥିଲେ ମଧ୍ୟପ୍ରଦେଶର ଅଭିଳାଷା ରାଓ କାଲବା । ୧୨ ଲକ୍ଷ ୫୦ ହଜାର ଟଙ୍କାର ଧନରାଶି ଜିତିଥିବା ଅଭିଳାଷାଙ୍କୁ ଶୋର ହୋଷ୍ଟ ଅମିତାଭ ବଚ୍ଚନ ୨୫ ଲକ୍ଷ ଟଙ୍କା ମୂଲ୍ୟର ଏକ ପ୍ରଶ୍ନ ପଚାରିଥିଲେ। ତାହା ପୁଣି ଥିଲା କ୍ରୀଡା ସମ୍ପର୍କିତ। ଯାହାର ଜବାବ ଠିକ୍ ଭାବେ ଦେଇନପାରି ଶୋରୁ ଓହରି ଯାଇଥିଲେ ସେ।

ଜାଣନ୍ତୁ, କ’ଣ ଥିଲା ସେହି ହକି ଖେଳ ସମ୍ପର୍କିତ ପ୍ରଶ୍ନ-  କେଉଁ ଖେଳାଳୀଙ୍କ ଆତ୍ମକଥାର ଶୀର୍ଷକ ‘‘ଟୁ ହେଲ ଓ୍ୱିଥ୍ ହକି’’ ।

ଯାହାର ଅପ୍ସନ ଥିଲା କିଛି ଏଭଳି-

ଏ. କ୍ୟାପଟେନ୍ ରୁପ ସିଂହ

ବି. ମେଜର ଧ୍ୟାନଚାନ୍ଦ

ସି. ସୟଦ ମୁସ୍ତାକ୍ ଅଲି

ଡି. ଅସଲମ୍ ଶେର ଖାନ୍

ହେଲେ ଏହାର ଠିକ୍ ଉତ୍ତର ଡି ଅର୍ଥାତ୍ ଅସଲମ୍ ଶେର ଖାନ୍ ଥିଲା ।

ଯାହାର ଜବାବ ଜଣାନଥିଲା ଅଭିଳାଷାଙ୍କୁ। ଯେଉଁଥିପାଇଁ ସେ ଶୋରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ସହ ଓହରିବା ଲାଗି ନିଷ୍ପତ୍ତି ନେଇଥିଲେ । ଶୋ ଛାଡିବା ପରେ ସେ ଉକ୍ତ ପ୍ରଶ୍ନର ଉତ୍ତର ସୟଦ ମୁସ୍ତାକ୍ ଅଲି ବୋଲି କହିଥିଲେ । ଆଉ ତାଙ୍କର ଶୋ’ ଛାଡିବା  ନିଷ୍ପତ୍ତି ଠିକ୍ ପ୍ରମାଣିତ ହୋଇଥିଲା ।

ଏହି ସମୟରେ ସେ ନିଜର ସମସ୍ତ ହେଲ୍ପ ଲାଇନକୁ ବ୍ୟବହାର କରିନେଇଥିଲେ । ହେଲେବି ସେ ଉତ୍ତରକୁ ନେଇ ଦ୍ୱନ୍ଦରେ ରହିଥିଲେ । ତେବେ ଯଦି ସେ ଏହି ପ୍ରଶ୍ନ ଖେଳିଥାନ୍ତେ, ତାହେଲେ ଭୁଲ୍ ଉତ୍ତର ଦେଇଥିବାରୁ ଅଭିଳାଷାଙ୍କର ଜିତିଥିବା ଧନରାଶି ୧୨ ଲକ୍ଷରୁ ଖସି ୩ ଲକ୍ଷ ୨୦ ହଜାର ଟଙ୍କା ହୋଇଯାଇଥାନ୍ତା ।

Latest Posts

Don't Miss