ଏଥର କଟ୍ରିନାଙ୍କର ପୋଲିସ ହେବାକୁ ଇଚ୍ଛା

ମୁମ୍ୱାଇ : ନିକଟରେ ହିନ୍ଦୀ ଚଳଚ୍ଚିତ୍ର ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ସୂର୍ଯବଂଶୀ ରିଲିଜ୍ ହୋଇଯାଇଥିବା ବେଳେ ବକ୍ସ ଅଫିସରେ ଏହା ଚମତ୍କାର ପ୍ରଦର୍ଶନୀ କରିଛି । ଗତ ସେପ୍ଟେମ୍ୱର ମାସ ୭ ତାରିଖରେ ଏହି ଫିଲ୍ମରେ ଅଭିନୟ କରିଥିବା ଷ୍ଟାରଙ୍କ ସମେତ ରୋହିତ ସେଟ୍ଟୀ ସୂର୍ଯବଂଶୀର ପ୍ରମୋସନ ପାଇଁ ସୋନି ଚ୍ୟାନେଲରେ ପ୍ରସାରିତ ‘ଦ କପିଲ ଶର୍ମା ସୋ’ରେ ଆସିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା କଟ୍ରିନା କେଫ୍ ମଧ୍ୟ ସୋରେ ଉପସ୍ଥିତ ଥିଲେ । ରୋହିତଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ମହିଳା ପୋଲିସ ଚରିତ୍ରରେ ମୁଖ୍ୟ ଭୂମିକା ଭାବେ ଅଭିନୟ କରିବାକୁ ତାଙ୍କର ଖୁବ୍ ଇଚ୍ଛା ଅଛି ବୋଲି ସେ କହିଥିଲେ । ଏଥିପାଇଁ ରୋହିତଙ୍କ ଅନୁମତି ମାଗିଥିଲେ ।

ପୋଲିସ ଚରିତ୍ର ପର୍ଯ୍ୟବେସିତ ରୋହିତଙ୍କର ପ୍ରତ୍ୟେକ ଫିଲ୍ମ ପୁରୁଷକୈନ୍ଦ୍ରିକ, ସେ ସିମ୍ବା ହେଉ ଅବା ସିଂହମ୍ ଆଉ ଏବେ ସୂର୍ଯ୍ୟବଂଶୀରେ ପୋଲିସ ଚରିତ୍ରରେ ଥିବା ଅଜୟ ଦେବଗନ୍, ରଣବୀର ସିଂ, ଅକ୍ଷୟ କୁମାର ଏ ସମସ୍ତ ଚରିତ୍ର ପୁରୁଷକୈନ୍ଦ୍ରିକ । ଏବେ କଟ୍ରିନା ଏଭଳି ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଖୁବ୍ ଶୀଘ୍ର ମହିଳା ପୋଲିସ ଭୂମିକାରେ ପର୍ଯ୍ୟବେସିତ ଏକ ଚଳଚ୍ଚିତ୍ର ରୋହିତ ଦର୍ଶକଙ୍କୁ ଭେଟିଦେବେ ବୋଲି କହିଛନ୍ତି । ଏଥିସହ ମହିଳା ପୋଲିସ ଟିମକୁ ନେଇ ଏହି ଫିଲ୍ମ ସେ ନ କରିପାରିଲେ ମଧ୍ୟ ଜଣେ ମହିଳାଙ୍କୁ ନେଇ ଏଭଳି ଚଳଚ୍ଚିତ୍ର ସେ ନିଶ୍ଚୟ କରିବେ । ମାତ୍ର ଏଥିପାଇଁ ଅନେକ ସମୟ ଲାଗିପାରେ ବୋଧହୁଏ ବର୍ଷେ ଉପରେ । ଦର୍ଶକଙ୍କୁ ଏଭଳି ଫିଲ୍ମ ଖୁବ୍ ପସନ୍ଦ ଆସିବ ବୋଲି ସେ କହିଥିଲେ । ଦର୍ଶକଙ୍କୁ ରୋହିତଙ୍କର ଆଗାମୀ ଚଳଚ୍ଚିତ୍ରକୁ ଅପେକ୍ଷା ।

Leave a Reply