spot_img

Latest Posts

ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା ଓ ଭିକି; ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କ୍ୟଟ୍ରିନା କୈଫ ଓ ଭିକି କୌଶଲ । ସୁପରହିଟ୍ ଯୋଡି ଭିକି କୌଶଲ ଓ କ୍ୟଟ୍ରିନା କୈଫଙ୍କର ଆଜି ପଡ଼ିବ ହାତ ଗଣ୍ଠି । ରଙ୍ଗୀନ ଲାଇଟରରେ ସଜେଇ ହୋଇଛି ସିକ୍ସ ସେନ୍ସେସ ରିସର୍ଟ । ରାଜସ୍ଥାନର ମାଧୋପୁରସ୍ଥିତ ବରଓ୍ବାରା ଦୁର୍ଗରେ ଭିକି ଓ କ୍ୟଟ୍ରିନାଙ୍କ ଡେଷ୍ଟିନେସନ ଓ୍ବେଡିଂ ହେଉଛି । ପ୍ୟାଲେସକୁ ସ୍ବତନ୍ତ୍ର ଭାବେ ସଜ୍ଜା ଯିବା ସହ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ଓ୍ବେଡିଂ ପାଇଁ ଦୁଇ ପରିବାର ଓ ଗେଷ୍ଟ ରାଜସ୍ଥାନରେ ପହଞ୍ଚିଛନ୍ତି । ବିବାହରେ ୧୨୦ ଜଣ ଅତିଥୀ ସାମିଲ ହେଉଛନ୍ତି । ଯେଉଁଥିରେ ଉଭୟ ପକ୍ଷଙ୍କ ପରିବାର, କିଛି ବନ୍ଧୁ ଓ ବଲିଉଡର ନାମୀଦାମୀ ଚେହେରା ସ୍ଥାନ ପାଇଛନ୍ତି। ପରେ ମୁମ୍ବାଇରେ ଗ୍ରାଣ୍ଡ ରିସେପନ୍ସ ପାର୍ଟିର ଆୟୋଜନ ହୋଇଛି। ତେବେ ବିବାହରେ ଯୋଗ ଦେବାକୁ ଆସିଥିବା ଅତିଥୀ ମାନଙ୍କ ପାଇଁ ଅନେକ କଟକଣା ଲଗାଯାଇଛି।

ଅତିଥିମାନେ କରୋନା ଟିକାର ଡବଲ ଡୋଜ ନେଇନଥିଲେ ମଧ୍ୟ ସେମାନଙ୍କ ପାଇଁ ବାହାଘର କାର୍ଯ୍ୟକ୍ରମ ସ୍ଥଳରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା କରାଯାଇଛି। ତେବେ ଅତିଥି ମାନଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଅତିଥିଙ୍କ କାରରେ ସ୍ବତନ୍ତ୍ର ଷ୍ଟିକର ଲଗାଯାଇଛି, ଯାହା କେବଳ ପ୍ରବେଶ ପାଇଁ ଉଦ୍ଧିଷ୍ଟ।

 

Latest Posts

Don't Miss