ଅବଦୁଲ୍ଲାଙ୍କ ବିବାଦୀୟ ବୟାନ, ଭାରତ ନୁହେଁ ଚୀନ ଅଧୀନରେ ରହିବାକୁ ଚାହୁଁଛନ୍ତି କାଶ୍ମୀର ବାସିନ୍ଦା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆର୍ଟିକଲ ୩୭୦କୁ ପୁଣିଥରେ ଲାଗୁ କରିବା ଦାବି ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ତାଙ୍କ ବୟାନରେ ସେ କହିଛନ୍ତି ଯେ,  କାଶ୍ମୀର ବାସିନ୍ଦା ନିଜକୁ ଭାରତୀୟ ବୋଲି ମନେ କରନ୍ତି ନାହିଁ ।  ଫାରୁକ ଅବଦୁଲ୍ଲା କହିଛନ୍ତି କି ନା କଶ୍ମୀର ଲୋକ ନିଜକୁ ଭାରତୀୟ କହୁଛନ୍ତି ନା ସେମାନେ ଚାହୁଁଛନ୍ତି ଭାରତ ସେମାନଙ୍କୁ ଶାସନ କରୁ । ସେମାନେ ଚୀନ ଅଧୀନରେ ରହିବାକୁ ଚାହୁଛନ୍ତି ।

ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଅବଦୁଲ୍ଲା କହିଛନ୍ତି କି, ଏଠାରେ ଏଭଳି କୌଣସି ବ୍ୟକ୍ତି ନାହିଁ ଯିଏ ନିଜକୁ ଭାରତୀୟ କିମ୍ବା ପାକିସ୍ତାନୀ ବୋଲି କହିବ । ତେବେ ଗତ ବର୍ଷ ୫ ଅଗଷ୍ଟରେ ମୋଦି ସରକାର ଯେଉଁ ନିଷ୍ପତ୍ତି ନେଲେ ତାହା କଫିନରେ ଶେଷ କଣ୍ଟା ଭଳି ଥିଲା ବୋଲି କହିଛନ୍ତି ଅବଦୁଲ୍ଲା । ଏହା ସହିତ ସେ କହିଛନ୍ତି କି, କାଶ୍ମୀରର ଲୋକଙ୍କର ସରକାରଙ୍କ ଉପରେ କୌଣସି ଭରସା କାହିଁ । ବିଭାଜନ ସମୟରେ ଘାଟୀର ଲୋକଙ୍କ ପାଇଁ ପାକିସ୍ତାନ ଯିବା ସମ୍ଭବ ଥିଲା, କିନ୍ତୁ ସେତେବେଳେ ସେମାନେ ଗାନ୍ଧୀଙ୍କ ଭାରତକୁ ବାଛିଥିଲେ, ମୋଦିଙ୍କ ଭାରତକୁ ନୁହେଁ । ଚୀନ ଗୋଟିଏ ପକ୍ଷରେ ଖୁବ ଉନ୍ନତି କରୁଛି ଏବଂ କାଶ୍ମୀରର ଲୋକ ଚାହାଁନ୍ତି କି ଚୀନ ଭାରତରେ ପ୍ରବେଶ କରୁ ।

କେନ୍ଦ୍ରକୁ ଟାର୍ଗେଟ କରି ଅବଦୁଲ୍ଲା କହିଛନ୍ତି ଯେ, କାଶ୍ମୀରର ପ୍ରତ୍ୟେକ ଗଳିରେ ସୁରକ୍ଷାକର୍ମୀ ଏକେ.୪୭ ଧରି ଛିଡ଼ା ହୋଇଛନ୍ତି । ସ୍ୱାଧୀନତା କେଉଁଠି ଅଛି? ସୂଚନାଯୋଗ୍ୟ ଗତ ମଙ୍ଗଳବାରକୁ ଲୋକସଭାରେ ଅବଦୁଲ୍ଲା ଶାନ୍ତି ପାଇଁ ଜମ୍ମୁ କାଶ୍ମୀରରେ ପୁଣିଥରେ ଆର୍ଟିକଲ ୩୭୦ ଲାଗୁ ହେବା ଆବଶ୍ୟକ ବୋଲି କହିଛନ୍ତି ।

Leave a Reply