ଅନୁପମଙ୍କ ବ୍ୟତୀତ ଏହିସବୁ ବଲିଉଡ଼ ଅଭିନେତା ମଧ୍ୟ କାଶ୍ମୀର ପଣ୍ଡିତ ପରିବାରର

ମୁମ୍ବାଇ: “ଦି କାଶ୍ମରୀ ଫାଇଲସ୍” ରିଲିଜ ହେବା ପରେ କାଶ୍ମୀର କୁ ନେଇ କିଛି ଅଜଣା କଥା ସାମ୍ନାକୁ ଆସିଛି । ଭାରତର ସ୍ୱର୍ଗ କୁହାଯାଉଥିବା କାଶ୍ମୀର ଉପରେ ସବୁବେଳେ ଆତଙ୍କବାଦୀଙ୍କ ନଜର ରହିଆସିଛି । ଆଉ ଏମାନଙ୍କ ପାଇଁ କାଶ୍ମୀରରେ ଏମିତି କିଛି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଉ ଏଥିରୁ କାଶ୍ମୀର ପଣ୍ଡିତଙ୍କ କାହାଣୀ ସବୁଠୁ ଭିନ୍ନ । ନିକଟରେ ରିଲଜ ହୋଇଥିବା “ଦି କାଶ୍ମୀର ଫାଇଲସ”ରେ ସେ ସମସ୍ତ ଦୃଶ୍ୟକୁ ଦେଖାଯାଇଛି । ଆଉ ଏହି ଘଟଣାରେ ପ୍ରତ୍ୟେକ୍ଷଦର୍ଶୀ ଥିବା ଅନୁପମ ଖେର ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି । ଅନୁପମଙ୍କ ପରିବାର ମଧ୍ୟ ୧୯୯୦ର ଏହି କଳଙ୍କୀତ ଘଟଣା ଶୀକାର ହୋଇଥିଲେ ।

ତେବେ କେବଳ ବଲିଉଡ଼ର ଅନୁପମ ଖେର ଏକମାତ୍ର କାଶ୍ମୀର ପଣ୍ଡିତ ନୁହଁନ୍ତି, ତାଙ୍କ ବ୍ୟତୀତ ଅନେକ ଲୋକପ୍ରିୟ କଳାକାର ଅଛନ୍ତି ଯେଉଁମାନେ କାଶ୍ମୀର ପଣ୍ଡିତଙ୍କ ସମ୍ପର୍କୀୟ । ଆସନ୍ତୁ ଜାଣିବା କିଏ ଏମାନେ…

ମୋହିତ ରାଇନା

ମୋହିତ ବଲିଉଡ଼ ଏକ ଜଣାଶୁଣା ଚେହେରା । ଛୋଟ ଓ ବଡ଼ ପରଦାରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି । ତାଙ୍କୁ ପ୍ରଥମଥର ପାଇଁ ଟିଭି ସିରିଏଲ ଦେବୋ କି ଦେବ ମହାଦେବ’ରେ ଦେଖିବାକୁ ମିଳିଥିଲା । ସେ ଏହି ଶୋ’ରେ ମହାଦେବଙ୍କ ଭୁମିକାରେ ନଜର ଆସିଥିଲେ । ଏହାପରେ ସେ ଅନେକ ଫିଲ୍ମରେ ମଧ୍ୟ ନଜର ଆସଛନ୍ତି । ଏବେ ତାଙ୍କ ଅଭିନିତ ୱେବ ସିରିଜକୁ ମଧ୍ୟ ଖୁବ ପସନ୍ଦ କରାଯାଉଛି । ତେବେ ମୋହିତ ମଧ୍ୟ ଜଣେ କାଶ୍ମୀର ପଣ୍ଡିତ । ତାଙ୍କ ଜନ୍ମ ୧୪ ଅଗଷ୍ଟ ୧୯୮୨ରେ କାଶ୍ମୀରରେ ହୋଇଥିଲା  । ତାଙ୍କ ର ବାଲ୍ୟାବସ୍ଥାରୁ ତାଙ୍କ ପାଠ ପଢା ସବୁ କାଶ୍ମୀରରେ ହୋଇଛି ।

କୁନାଲ କ୍ଷେମୁ

ଅନେକ ଜାଣି ନଥିବେ ଯେ, ଅଭିନେତା କୁନାଲ ଜଣେ କାଶ୍ମୀର ପଣ୍ଡିତ । ତାଙ୍କ ଜନ୍ମ ୨୫ମେ ୧୯୮୩ରେ ଜଣେ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ରବି କ୍ଷେମୁ ଏବଂ ମାଆଙ୍କ ନାଁ ଜ୍ୟୋତି କ୍ଷେମୁ । କୁନାଲଙ୍କ ଜନ୍ମ କାଶ୍ମୀରରେ ହୋଇଥିଲା  ଏବଂ ପରେ ତାଙ୍କ ପରିବାର ମୁମ୍ବାଇକୁ ଆସିଯାଇଥିଲା ।

ଏମ କେ ରାଇନା

‘ଗାଙ୍ଗୁବାଇ କାଠିଆୱାଡି’, ‘ରାବ ନେ ବାନା ଦି ଯୋଡି’ ଏବଂ ‘ତାରେ ଜାମିନ ପର’ ପରି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଏମ.କେ ରାଇନା ମଧ୍ୟ କାଶ୍ମୀରୀ ପଣ୍ଡିତ । ସେ ୨୪ ଜୁଲାଇ ୧୯୪୮ ରେ ଶ୍ରୀନଗରରେ ଜନ୍ମଗ୍ରହଣ କରିଥିଲେ। ଏଥି ଏହାସହ, ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ୧୯୭୦ ବ୍ୟାଚର ମଧ୍ୟ ଥିଲେ ।

କିରଣ କୁମାର
ବଲିଉଡ ଅଭିନେତା କିରଣ କୁମାର ଦୀର୍ଘ ଦିନ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି । ଏହା ବ୍ୟତୀତ ସେ ଅନେକ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି । ସେ ୧୯୬୦ରୁ ତାଙ୍କ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିଲେ । କିରଣ କୁମାର କାଶ୍ମୀରୀ ପଣ୍ଡିତ ପରିବାରର ଅଟନ୍ତି। ଯେହେତୁ ପିତା ଜୀବନ୍ କାଶ୍ମୀରରୁ ମୁମ୍ବାଇ ଆସିଥିଲେ, ତେଣୁ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

 ରାଜ କୁମାର

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଅଭିନେତା ରାଜକୁମାର ମଧ୍ୟ ଜଣେ କାଶ୍ମୀରୀ ପଣ୍ଡିତ । ତାଙ୍କର ପ୍ରକୃତ ନାମ ହେଉଛି କୁଲଭୂଷଣ ପଣ୍ଡିତ। ରାଜକୁମାର ଲୋରାଲାଇ (ପାକିସ୍ଥାନ) ର କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ଏ.କେ ହଙ୍ଗଲ୍
ଫିଲ୍ମ ‘ଶୋଲେ’ର ରହୀମ ଚାଚା ଅର୍ଥାତ୍ ଅବତାର କୃଷ୍ଣ ହଙ୍ଗଲ ଜନ୍ମ ମଧ୍ୟ କାଶ୍ମୀରୀ ପଣ୍ଡିତ ପରିବାରରେ ହୋଇଥିଲା । ଏହାସହ, ସେ ୧ ଫେବୃଆରୀ ୧୯୧୪ ରେ ପଞ୍ଜାବର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ସେ ଥିଏଟରରେ ମଧ୍ୟ ଅଭିନୟ କରିଥିଲେ । ଏବଂ ୧୯୩୬ ରୁ ୧୯୪୬ ମଧ୍ୟରେ ଅନେକ ନାଟକରେ ସେ ଅଭିନୟ କରିଛନ୍ତି ।


ଜୀବନ
ଖଳନାୟ ଭୁମିକାରେ ସବୁ ବେଳେ ଚର୍ଚ୍ଚାରେ ଥିବା ଜୀବନଙ୍କ ପ୍ରକୃତ ନାମ ଓଙ୍କାର ନାଥ । ସେ ୨୪ ଅକ୍ଟୋବର ୧୯୧୫ରେ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହାସହ ସେ ମାତ୍ର ୨୬ ଟଙ୍କା ନେଇ କାଶ୍ମୀରରୁ ମୁମ୍ବାଇକୁ ଆସିଥିବା କଥା କୁହାଯାଏ । ଅଭିନେତା କିରଣ କୁମାର ହେଉଛନ୍ତି ଜୀବନଙ୍କ ପୁଅ ।

 ସଞ୍ଜୟ ସୁରୀ
ଅଭିନେତା ସଞ୍ଜୟ ସୁରୀ ମଧ୍ୟ କାଶ୍ମୀରୀ ପଣ୍ଡିତ । ୧୯୯୦ ଦଶକରେ କାଶ୍ମୀରରୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଥିବା ଲୋକଙ୍କ ମଧ୍ୟରେ ତାଙ୍କ ପରିବାର ମଧ୍ୟ ଥିଲେ । ଏଥି ସହିତ, ଖୁବ୍ କମ୍ ଲୋକ ଜାଣିଥିବେ ଯେ ୩୨ ବର୍ଷ ତଳେ ତାଙ୍କ ବାପାଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରି ହତ୍ୟା କରିଥିଲେ ।