spot_img

Latest Posts

ହିନ୍ଦୁ ଟାର୍ଗେଟ୍ କିଲିଂ: କାଶ୍ମୀରର ସବୁ ହିନ୍ଦୁ ଶିକ୍ଷକଙ୍କ ସାମୁହିକ ବଦଳି

ଶ୍ରୀନଗର: କାଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ନେଇ ସ୍ଥାନୀୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୧୭୭ ଜଣ ଶିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଟାର୍ଗେଟ କିଲିଂ ଭିତରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ କାଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ମୁତୟନ କାଶ୍ମୀର ପଣ୍ଡିତଙ୍କ ଜିଲ୍ଲା ମୁଖ୍ୟାଳୟକୁ ଟ୍ରାନ୍ସଫର କିମ୍ବା ଆଡଜଷ୍ଟମେଣ୍ଟ କରିଦିଆଯାଇଛି। ଶ୍ରୀନଗର ସ୍ଥିତ ଚିଫ୍ ଏଜୁକେସନ୍ ଅଫିସରଙ୍କ ପକ୍ଷରୁ ଜାରି ଏକ ପତ୍ରରେ ଏନେଇ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମିଟିଂରେ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ବ୍ୟତୀତ ଏନ୍ଏସଏ ଅଜିତ ଡୋଭାଲ, ଜମ୍ମୁ-କାଶ୍ମୀରର ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ ଦିଲବାଗ୍ ସିଂହ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, କେନ୍ଦ୍ର ରିଜର୍ଭ ପୋଲିସ ବଳ ମହା ନିର୍ଦେଶକ କୁଲଦୀପ ସିଂହ ଓ ସୀମା ସୁରକ୍ଷାବଳର ମୁଖ୍ୟ ପଙ୍କଜ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଘାଟିରୁ କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ଭିତରେ ତାଙ୍କୁ ସୁରକ୍ଷିତ ଅନୁଭବ କରାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଉଠାଯାଇଥିବା କୁହାଯାଉଛି । କାଶ୍ମୀର ଉପତ୍ୟକାରେ ସକ୍ରିୟ ହୋଇଉଠିଛନ୍ତି ଆତଙ୍କବାଦୀ । ଟାର୍ଗେଟ କିଲିଂ କରି ଆତଙ୍କ ସୃଷ୍ଟି କରିଛନ୍ତି ଆତଙ୍କୀ । ସପ୍ତାହକ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । କାଶ୍ମୀର ପଣ୍ଡିତ ଏବେ କାଶ୍ମୀର ଛାଡ଼ି ଅନ୍ୟତ୍ର ପଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ କାଶ୍ମୀର ବିମାନ ବନ୍ଦରରେ ଗତକାଲି ପ୍ରବଳ ଭିଡ଼ ଜମାଇଥିଲେ । ଉପତ୍ୟକାରେ ଟାର୍ଗେଟ କିଲିଂ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଦେଇଛି ।

ଏଥିସହିତ ପଢ଼ନ୍ତୁ: ଉପତ୍ୟକାରେ ସକ୍ରିୟ ଆତଙ୍କବାଦୀ, ସପ୍ତାହକରେ ୮ ଜଣଙ୍କୁ ହତ୍ୟା

Latest Posts

Don't Miss