କାହିଁକି ପହଲଗାମକୁ କୁହାଯାଏ ମିନି ସ୍ବିଜରଲ୍ୟାଣ୍ଡ? ଏ ସୁନ୍ଦର ଯାଗା ଦେଖିଲେ ଆଖି ଲାଖିଯିବ

1 min read

ଜାମ୍ମୁ କାଶ୍ମୀର: ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମର ବୈସରାଣରେ ଆତଙ୍କବାଦୀ ଆକ୍ରମଣ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ପହଲଗାମରେ ଏହି ଆକ୍ରମଣ ହୋଇଛି । ଏହି ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ଏହି ଯାଗା ଏତେ ସୁନ୍ଦର ଯେ, ଏହାକୁ ମିନି ସ୍ବିଜରଲ୍ୟାଣ୍ଡ ବୋଲି କୁହାଯାଏ ।

ବୈସାରନ ହେଉଛି ପହଲଗାମରୁ ମାତ୍ର ୫ କିମି ଦୂର । ଏହି ଯାଗାର ସୁନ୍ଦର ପାହାଡ଼ ଘାସ ଭୂମି, ପାଣିର କୁଳୁକୁଳୁ ନାଦ, ପାଇନ ଜଙ୍ଗଲ ପର୍ଯ୍ୟଟକଙ୍କ ମନମୋହେ । ଏହି ଅନନ୍ୟ ଦୃଶ୍ୟକୁ ଉପଭୋଗ କରିବାକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ ।

ଏହି ସ୍ଥାନକୁ ଯିବାକୁ ହେଲେ କୌଣସି ଗାଡ଼ି ବ୍ୟବସ୍ଥା ନାହିଁ, କାରଣ ଏଠାରେ ଯାନବାହନ ନିଷେଧ । ଘୋଡା ଚଢ଼ି କିମ୍ବା ପାଦରେ ଚାଲିଚାଲି ଯିବାକୁ ହୁଏ । ଶୀତଦିନେ ଏହି ସ୍ଥାନରେ ବରଫ ଜମିଯାଏ । ଯାହା ଆହୁରୀ ସୁନ୍ଦର ଲାଗେ । ଗ୍ରୀଷ୍ମ ଋତୁରେ ଏହା ସବୁଜ କ୍ଷେତ ପରି ଝଲସୁଥାଏ ।

ରାଣୀ ପରି ଦିଶୁଥିବା ଏହି ଯାଗାରେ ଆଜି ଦୁଃଖର ବାତାବରଣ । ଚାରିଆଡେ ଭୟର ବାତାବରଣ । ସୁରକ୍ଷା ବାହିନୀଙ୍କ କବଜାରେ ରହିଛି ଏହି ଅଞ୍ଚଳ । ଏବେବି ସେଠାରେ ଚାଲିଛି ସର୍ଚ୍ଚ ଅପରେସନ୍ ।