spot_img

Latest Posts

ସେଓରେ ଏମିତିକା କଥା ଲେଖି ବଜାରକୁ ଛାଡ଼ିଲେ ଆତଙ୍କୀ

ଆପଣ କାଶ୍ମୀର ସେଓରେ ବ୍ରାଣ୍ଡିଙ୍ଗ ଦେଖିଥାଇପାରନ୍ତି । କିନ୍ତୁ ଦେଶବିରୋଧୀ ସ୍ଲୋଗାନ ଥାଇ ସେଓ କେବେ ଦେଖି ନ ଥିବେ । କାଶ୍ମୀର ଲୋକଙ୍କୁ ଉସୁକାଇବା ପାଇଁ କିଛି ଦେଶଦ୍ରୋହୀଙ୍କ ସହଯୋଗରେ ଏମିତି ଲଜ୍ଜାଜନକ କାମ କରିଛନ୍ତି ପାକିସ୍ତାନୀ ଆତଙ୍କୀ। କାଶ୍ମୀର ସେଓରେ ଦେଶବିରୋଧୀ ସ୍ଳୋଗାନ ଲେଖି ବଜାରକୁ ଛାଡ଼ିଛନ୍ତି। ସେଓରେ ଲେଖା ହୋଇଛି, ମେରେ ଜାନ୍‌ ଇମ୍‌ରାନ ଖାନ୍‌…. ଆଇ ଲଭ୍‌ ବୁରହାନ୍ ୱାନି… ଜାକିର ମୁଶା କମ୍‌ ବ୍ୟାକ୍…. ଭଳି ଦେଶ ବିରୋଧୀ ସ୍ଳୋଗାନ । କାଶ୍ମୀରରେ କଥୁଆ ଜିଲ୍ଲାରେ ଦେଖା ଦେଇଛି ଏଭଳି ପରିସ୍ଥିତି  ।

କଥୁଆ ଜିଲ୍ଲାରେ ଏକ ସେଓ ବ୍ୟବସାୟୀ ଗୋଦାମରୁ ସେଓ ଆଣି ବ୍ୟବସାୟ ପାଇଁ ପ୍ୟାକେଟ ଖୋଲିଲାପରେ ଦେଖିବାକୁ ପାଇଲେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ  । ସବୁ ସେଓରେ କଳା ମାର୍କର ପେନରେ ଲେଖା ହୋଇଥିଲା ଏଭଳି ଶବ୍ଦ । ଇଂରାଜୀ ଏବଂ ଉର୍ଦ୍ଦୁରେ ଲେଖା ହୋଇଛି ସ୍ଳୋଗାନ  । କାଶ୍ମୀରରେ ଦେଶ ବିରୋଧୀ ସ୍ଳୋଗାନ ନୂଆ କଥା ନୁହେଁ  । କିନ୍ତୁ ସେଓ ଭିତରେ ଏଭଳି ସ୍ଳୋଗାନ ନୂଆ କଥା । କାଶ୍ମୀର ଏବେ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଏହା ପ୍ରଥମ ଥର ଦେଖା ଦେଇଛି  ।

ଏନେଇ କଥୁଆ ଫଳ ବ୍ୟବସାୟୀ ସଂଙ୍ଘର ସଭାପତି ରୋହିତ ଗୁପ୍ତା ଦୃଢ଼ ନିନ୍ଦା କରିବା ସହିତ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି  । ଏହା ପଛରେ ଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳୁ ବୋଲି ସେ ପୋଲିସକୁ ଜଣାଇଛନ୍ତି।  ଅନ୍ୟପଟେ ପୋଲିସ ଏନେଇ ସମସ୍ତ ଫଳ ଦୋକାନୀମାନଙ୍କୁ ପଚରାଉଚରା କରିବା ସହିତ ଏହା ପଛରେ କିଏ କିଏ ଅଛନ୍ତି ତାକୁ ନେଇ ତଦନ୍ତ ଚାଲିଛି ବୋଲି ଏସ୍‌ପି ମଜିଦ କହିଛନ୍ତି  । ')}

Latest Posts

Don't Miss