ଉତ୍ତରପ୍ରଦେଶ ହାଜତ ମୃତ୍ୟୁ ମାମଲା: ପୋଲିସ ବିରୋଧରେ ପିତାଙ୍କ ଅଭିଯୋଗ, ଚାପ ପ୍ରୟୋଗ କରି ନେଇଛନ୍ତି ବୟାନ

1 min read

ଲକ୍ଷ୍ନୌ: ପୋଲିସ ହେପାଜତରେ ମୃତ୍ୟୁ ବରଣ କଲେ ଯୁବକ । ଉତ୍ତରପ୍ରଦେଶ କାସଗଞ୍ଜରେ ପୋଲିସ ହେପାଜତରେ ୨୨ ବର୍ଷିୟ ଅଲତାଫଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ ହୋଇଯାଇଛି । ତେବେ ଏହି ଭିତରେ ଅଲତାଫଙ୍କ ପିତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି ତାଙ୍କ ପୁଅ ଡିପ୍ରେସନରେ ଆସି ଫାସି ଲଗାଇଛନ୍ତି । ତାକୁ ଚିକିତ୍ସା ପାଇଁ ସିଏସସି ନେଇଥିଲେ କିନ୍ତୁ ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଛି ବୋଲି ତାଙ୍କ ପିତା ଚାନ୍ଦ ମିଆଁ କହିଛନ୍ତି । ପୋଲିସ ନିକଟରେ ତାଙ୍କର କୌଣସି ଅଭିଯୋଗ ନାହିଁ । ଅନ୍ୟପଟେ ଏହି ଭିଡିଓ ଭାଇରାଲ ହେବା ପରେ ଅଲତାଫଙ୍କ ପିତା ଚାନ୍ଦ ମିଆଁ କହିଛନ୍ତି କି ପୋଲିସ୍ ମୋ ଉପରେ ଚାପ ପକାଇ ବୟାନ ରେକର୍ଡ କରିଛି ଏବଂ ମୋର ଟିପ ଚିହ୍ନ ମଧ୍ୟ ନେଇଛି ପୋଲିସ ।

ତେବେ ଏହି ବୟାନ ସାମ୍ନାକୁ ଆସିବାର କିଛି ସମୟ ପରେ ଅଲତାଫଙ୍କ ପିତା କହିଛନ୍ତି କି ମୁଁ ଅଶିକ୍ଷିତ । ତେଣୁ ପୋଲିସ ଚାପ ପ୍ରୟୋଗ କରି ମୋଠାରୁ ଟିପ ଚିହ୍ନ ଓ ବୟାନ ରେକର୍ଡ କରି ନେଇଯାଇଛି । ଅଲତାଫଙ୍କ ପିତା ଓ ତାଙ୍କ ପିଉସୀ କହିଛନ୍ତି କି ଆମ ପୁଅ ଆତ୍ମହତ୍ୟା କରିପାରିବ ନାହିଁ । ତାକୁ ହତ୍ୟା କରାଯାଇଛି । ଏପର୍ଯ୍ୟନ୍ତ ପୋଲିସ ଫେରାର ଥିବା ଝିଅ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଧରି ପାରିନାହିଁ ବୋଲି କହିଛନ୍ତି ଅଲତାଫଙ୍କ ପିତା । ଉତ୍ତରପ୍ରଦେଶର କାସଗଞ୍ଜ ଥାନା ଭିତରେ ୨ ଫୁଟ ଟ୍ୟାବରେ ଫାସି ଦେଇଥିବା ନେଇ ପୋଲିସର ମନ୍ତବ୍ୟକୁ ନେଇ ଲଗାତର ଭାବରେ ବିବାଦ ବଢ଼ିବାରେ ଲାଗିଛି । ପୋଲିସ ହେପାଜତରେ ଜଣେ ବ୍ୟକ୍ତିଙ୍କ ଏପରି ଭାବରେ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗୀ ସରକାରଙ୍କ ବିରୋଧରେ ପ୍ରଶ୍ନ ଉଠାଇଛନ୍ତି । ବାସ୍ତବରେ କାସଗଞ୍ଜର ପୋଲିସ ହେପାଜତରେ ଥିବା ଜଣେ ବ୍ୟକ୍ତି ଶୌଚାଳୟର ଟ୍ୟାବରେ ଫାସି ଲଗାଇ ଦେଇଥିବା କୁହାଯାଉଛି । ଏହି ଯୁବକଙ୍କ ନାମ ହେଉଛି ଅଲତାଫ । ଝିଅଙ୍କୁ ନେଇ ଫେରାର ହେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ପୋଲିସ ।

ସୂଚନା ଅନୁସାରେ ଅଲତାଫ ଜଣେ ଝିଅଙ୍କୁ ପ୍ରେମ କରୁଥିଲେ । କିନ୍ତୁ ସେହି ଝିଅ ଅନ୍ୟ ଜଣଙ୍କୁ ପ୍ରେମ କରୁଥିଲେ ଏବଂ ସେହି ଯୁବକ ସହ ଫେରାର ହୋଇଯାଇଥିଲେ । ତେବେ ଏହି ଫେରାର ମାମଲାରେ ଅଲତାଫଙ୍କ ହାତ ଥିବା ପୋଲିସ ସନ୍ଦେହ କରିଥିଲା  । ତେଣୁ ତଦନ୍ତ ପାଇଁ ପାଇଁ ପୋଲିସକୁ ନିଜେ ଚାନ୍ଦ ମିଆଁ ତାଙ୍କ ପୁଅକୁ ଦେଇଥିଲେ । କାହିଁକି ନା ତାଙ୍କୁ ପୁଅ ନିର୍ଦ୍ଦେଶ ଥିଲା ତେଣୁ ପଚରା ଉଚରା ପରେ ତାଙ୍କୁ ପୋଲିସ ଛାଡି ଦେବ ବୋଲି ଭାବିଥିଲେ ଚାନ୍ଦ ମିଆଁ । ସେ କହିଥିଲେ କି ମୁଁ ଏହି ପୋଲିସ ପୋଷ୍ଟକୁ ଆସିଥିଲି କିନ୍ତୁ ପୋଲିସ ମୋତେ ତାଗିଦ୍ କରି ବାହାର କରିଦେଲା । ଆରମ୍ଭରୁ ଚାନ୍ଦ ମିଆଁ କହୁଥିଲେ କି ପୋଲିସ କର୍ମଚାରୀ ମୋ ପୁଅକୁ ମାରି ଦେଇଛନ୍ତି । କିନ୍ତୁ ଏହି ମାମଲାରେ ପୋଲିସ କହିଛି କି ଅଲତାଫ ତାଙ୍କ ଜ୍ୟାକେଟ ସାହାର୍ଯ୍ୟରେ ବାର୍ଥରୁମରେ ଆତ୍ମହତ୍ୟା କରିଥିଲେ । ତେବେ ଏହି ମାମଲାରେ ପାଞ୍ଚଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି । ତେବେ ଏହି ମାମଲାରେ ଉତ୍ତର ପ୍ରଦେଶ ଆଇନ ମନ୍ତ୍ରୀ ବୃଜେଶ ପାଠକ କହିଛନ୍ତି କି ପ୍ରାଥମିକ ଦୃଷ୍ଟିରୁ ଏହା ଏକ ଆତ୍ମହତ୍ୟା ଭଳି ଲାଗୁଛି । କିନ୍ତୁ ତଦନ୍ତ ଚାଲୁଛି, ଏହି ମାମଲରେ କେହି ବି ରକ୍ଷା ପାଇବେ ନାହିଁ । ସରକାର ଏହି ଘଟଣାକୁ ବହୁତ ଗମ୍ଭୀର ସହ ନେଇଛି ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ବ୍ରିଜେଶ ପାଠକ ।

Leave a Reply