ଖେଳ ମଝିରେ ଏମିତି ହେଲା, ବୁମରାଙ୍କ ସହ କରୁଣ ନାୟାର..

ନନ୍ଦିଘୋଷ ବ୍ୟୁରୋ: ଚଳିତ ଆଇପିଏଲର ୨୯ତମ ମ୍ୟାଚରେ ଦିଲ୍ଲୀର ବିଜୟ ପଥରେ ରୋକ୍ ଲଗାଇଛି ମୁମ୍ବାଇ । ଏହାସହ ବିଜୟ ହାସଲ କରି ପୁଣିଥରେ ଖୁସି ମନାଇଛି ପାଣ୍ଡ୍ୟା ବାହିନୀ । ତେବେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯାଇଥିବାବେଳେ ବେଶ ରୋମାଞ୍ଚକର ହୋଇଥିଲା । ତେବେ କେତେବେଳେ କିଏ ଜିତିବ ଶେଷ ପର୍ଯ୍ୟନ୍ତ କଡ଼ ଟକ୍କର ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚ ମଝିରେ କରୁଣ ନାୟାର ବୁମରାଙ୍କ ସହ ଧକ୍କା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ନେଇ ବୁମରାଙ୍କ ରିଆକ୍ସନ ଅଲଗା ପ୍ରକାର ଦେଖିବାକୁ ମିଳିଥିଲା । ମାତ୍ର ପରେ ଉଭୟ ଟାଇମ ଆଉଟ୍ ସମୟରେ କଥା ହୋଇଥିଲେ । ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମଧ୍ୟ କରୁଣ ନାୟାର କଥା ହୋଇଥିବା ଦେଖିବାକୁ ମିଳିଥିଲା । ଗତକାଲିର ମ୍ୟାଚରେ କରୁଣ ନାୟାର ଭଲ ପ୍ରଦର୍ଶନ କରିଥିଲେ । ଦୀର୍ଘ ତିନି ବର୍ଷ ପରେ ସେ ଆଇପିଏଲକୁ ଫେରିଥିବାବେଳେ ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ କରିଛନ୍ତି । ସେପଟେ ବୁମରା ପ୍ରତ୍ୟାବର୍ତ୍ତନ କରିଥିଲେ ସୁଦ୍ଧା ଏଯାବତ ସେମିତି ଆଖିଦୃଷ୍ଟିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ ।