spot_img

Latest Posts

ରାଉରକେଲାର ସେକ୍ଟର ୩ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ରାଉରକେଲା: ରାଉରକେଲାର ସେକ୍ଟର ୩ ଜଗନ୍ନାଥ ମନ୍ଦିରରେ ପହଞ୍ଚିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସେବାୟତ ଓ ଜନତାଙ୍କ ସହ ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଗତକାଲିଠାରୁ ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି।

ଗସ୍ତ ସମୟରେ ରଘୁନାଥପାଲି ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ବହୁ ବିଜେଡି ନେତା ଉପସ୍ଥିତ ଥିଲେ। ପରେ ପାନ୍ଥନିବାସ ଠାରେ ରାଉରକେଲା ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ପାଣ୍ଡିଆନ। ଗତକାଲି ରାଉରକେଲାରେ ବିଶାଳ ରୋଡ ଶୋ କରିଥିଲେ ପାଣ୍ଡିଆନ।

ଆଜି ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରାଉରକେଲା ସହରର ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ନିର୍ବାଚନୀ ସଭାରେ 5T ଅଧ୍ୟକ୍ଷ ଯୋଗ ଦେବେ। ପରେ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରାମପାଲ ଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବଡ ପୁରୁଣାପାଣି ଠାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ସେହିପରି ସଂଧ୍ୟାରେ ସୁନ୍ଦରଗଡ଼ରେ ରୋଡ ସୋ କରିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Latest Posts

Don't Miss