ଚବିଶରେ ନିଜ ଗୋଡରେ କୁରାଢି ମାରିଛି ବିଜେପି, ଉଦାହରଣ ଦେଇ ବୁଝାଇଲେ ପାଣ୍ଡିଆନ

1 min read

ଭୁବନେଶ୍ବର: ପାଣ୍ଡିଆନଙ୍କ ନିଶାଣରେ ବିଜେପି । ୯ ସେଲ୍ଫ ଗୋଲ କଥା କହି ଘେରିଲେ । ଚବିଶରେ ନିଜ ଗୋଡରେ କୁରାଢି ମାରିଛି ବିଜେପି । ଗୋଟିଏ ପରେ ଗୋଟିଏ ଉଦାହରଣ ଦେଇ ବୁଝାଇଲେ ପାଣ୍ଡିଆନ । ପ୍ରଥମରେ ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶାବାସୀ। ଦ୍ବିତୀୟରେ ବିଜେପି ସରକାରକୁ ଆସିଲେ ମିଶନଶକ୍ତି ବନ୍ଦ କରିବେ । ତୃତୀୟରେ BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଇସ୍ତାହାରରେ ଘୋଷଣା କରିଛି ଦଳ । ଚତୁର୍ଥରେ ଯୁବକଙ୍କ ପାଇଁ ବିଜେପି ଇସ୍ତାହାର କିଛି ନାହିଁ । ହେଲେ ସ୍କୁଲ ଓ କଲେଜ ରୂପାନ୍ତରଣକୁ ବନ୍ଦ କରିବାକୁ ବିଜେପି କହୁଛି । ପଞ୍ଚମରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପରିଚୟ ପାଇଁ ଗଠନ କରିଥିବା SDCକୁ ବନ୍ଦ କରିବେ ବୋଲି କହୁଥିବାବେଳେ ଷଷ୍ଠରେ ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତି ନାହିଁ ତ ଡବଲ ଇଞ୍ଜିନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ସପ୍ତମରେ ବିଜେଡିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି । ଅଷ୍ଟମରେ ଚାଷୀଙ୍କ ପାଇଁ ୩୧୦୦ ଟଙ୍କା MSP ବଡ ଜୁମଲା । ନବମରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବିଜେପିର ଘୋଷଣା ମଧ୍ୟ ଅନ୍ଯ ଏକ ଜୁମଲା ।

ସେହିପରି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ଓଡିଶାବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ। ବିଜେଡି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶୀର୍ବାଦରେ ବହୁମତ ପାଇ ସାରିଛି। ବିଜେଡି ସୁଇପ କରିବ । ୯୦ରୁ ୯୫ ପ୍ରତିଶତ ଷ୍ଟ୍ରାଇକ ରେଟ ହେବ । ଯାଜପୁର, ଭଦ୍ରକ ,ଜଗତସିଂପୁର ,କେନ୍ଦ୍ରାପଡ଼ା ବାଲେଶ୍ବର ,ମୟୂରଭଞ୍ଜ ହେଉଛି ବିଜେଡିର ଗଡ଼ । ମୟୂରଭଞ୍ଜରେ ଜିଲ୍ଲା ପରିଷଦ ନିର୍ବାଚନରେ ୫୫ରୁ ୫୪ଟି ବିଜେଡି ଜିତିଥିଲା । ଏଥିରୁ ସ୍ପଷ୍ଟ ପ୍ରମାଣ ଯେ ବିଜେଡି ଚତୁର୍ଥ ପର୍ଯ୍ୟାୟରେ କ୍ଲିନ ସୁଇପ କରିବ ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଦୁଇ ଜାତୀୟ ଦଳର ତୁଙ୍ଗନେତାମାନେ ଓଡ଼ିଶା ଗସ୍ତକୁ ନେଇ ମତ ରଖିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ ଓଡ଼ିଶା ବହୁତ ନେତା ମାନେ ଆସୁଛନ୍ତି , ଭଲ କଥା। ଓଡିଶାକୁ ଆସିବା ସ୍ଵାଗତ l ହେଲେ ଓଡିଶା ଆସି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ । ମତେ ଗାଳି କି ଆକ୍ରମଣ କଲେ କିଛି ପ୍ରଭାବ ପଡ଼ିବ ନାହିଁ। 5T ଘୋଷଣା ପରେ ସବୁ କାମ ଭଲ ହୋଇଛି । କୋଭିଡ ବେଳେ ଓଡିଶାବାସୀ ମାଗଣା ଚିକିତ୍ସା ପାଇଛନ୍ତି ।