ପାଲଲହଡ଼ାରେ ଧର୍ମେନ୍ଦ୍ରଙ୍କୁ ଧୋଇଲେ କାର୍ତ୍ତିକ ପାଣ୍ଡିଆନ

1 min read

ନନ୍ଦିଘୋଷ ବ୍ୟୁରୋ: ପାଲଲହଡ଼ାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର । ନିଜ ଅଞ୍ଚଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ କାର୍ତ୍ତିକ ପାଣ୍ଡିଆନ । କହିଲେ ଏହି ଜିଲ୍ଲାରୁ ଜଣେ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଏହା ଓଡିଶା ପାଇଁ ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା । ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ ।  କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ, ପ୍ରତି ବ୍ଲକ୍‌ରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିପାରିଥାନ୍ତେ । କିନ୍ତୁ କଲେ ନାହିଁ I  ଏ ମାଟିର ପୁଅ ହୋଇ କାହିଁକି ପାରିଲେ ନାହିଁ ? ନିଜ ଗାଁ ସ୍କୁଲକୁ ଯାଇ 5T ରୂପାନ୍ତରଣ ଦେଖି ଆସନ୍ତୁ।

* ମାଗଣାରେ ଉଜ୍ଜଳା ଗ୍ଯାସ ମିଳିବ କହିଥିଲେ ହେଲେ ମିଳିଲା ନାହିଁ, ତେଲ ଦର କମିବ କହିଥିଲେ କିନ୍ତୁ କମିଲା ନାହିଁ।

* ଏ ମାଟିର ବରପୁତ୍ର ପବିତ୍ର ମୋହନ ପ୍ରଧାନ ଙ୍କୁ ଭୁଲି ଗଲେ କେନ୍ଦ୍ରମନ୍ତ୍ରୀ। ନବୀନ ସରକାର ପବିତ୍ର ମୋହନ ଙ୍କୁ ସମ୍ମାନ ଦେଇ ତାଙ୍କର ସ୍ମୃତି ପିଠ ନିର୍ମାଣ କରିବା ସହିତ ତାଳଚେର ମେଡିକାଲ କଲେଜ ଏବଂ ତାଳପଦା ସେତୁ କୁ ପବିତ୍ର ବାବୁ ଙ୍କ ନାମ ରେ ନାମିତ କରିଛନ୍ତି।

  • ଯେଉଁ ବ୍ୟକ୍ତିର ସେବା ନୁହେଁ, ରାଜନୀତି କରିବା ପାଇଁ ଇଚ୍ଛା ଥିବ, ସେ କେବେ ବି ଜିତି ପାରିବ ନାହିଁ।
  • ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି, ବିଜେପି ଭଳି ଲୋକଙ୍କୁ ଲଣ୍ଠନ ଦେଖାନ୍ତି ନାହିଁ
  • ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡିଶାବାସୀଙ୍କ ବିଜୁଳି ବିଲ୍‌ ଛାଡ ହେବ କିନ୍ତୁ ଏହି କଥା ଶୁଣି ବିରୋଧୀ ଦଳ କୁ କରେଣ୍ଟ ଲାଗୁଛି।
  • ପାଲଲହଡା ରେ ଆଗରୁ କେବେ ଏତେ ବିକାଶ ହୋଇ ନ ଥିଲା ପାଲଲହଡା ବାସୀଙ୍କୁ ବିକାଶ କାମର ହିସାବ ଦେଲେ।

* ଆଗାମୀ ୨୫ ତାରିଖ ରେ ଯୋଡି ଶଂଖ ରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଙ୍କୁ ପଚାଶ ହଜାର ଭୋଟ ରେ ବିଜୟି କରିବେ।