ରଣପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍
1 min read
ରଣପୁର: ନୟାଗଡ଼ର ରଣପୁର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍ । କେନ୍ଦ୍ରମନ୍ତ୍ରୀଙ୍କୁ ଚ୍ୟାଲେଂଜ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । । ଯଦି ସାହସ ଅଛି ତେବେ କେନ୍ଦ୍ରମନ୍ତ୍ରୀ ତାର ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସକେୱାଇ କାର୍ଡକୁ ବନ୍ଦ କରିବାକୁ ଘୋଷଣା କରୁ। ରାଜ୍ୟରେ ବିଜେପି ସରକାରକୁ ଆସିଲେ ବିଏସକେୱାଇ ଯୋଜନାକୁ ବନ୍ଦ କରିବୁ ବୋଲି ଦଳୀୟ ଇସ୍ତାହାରର ପ୍ରଥମ ନମ୍ବରରେ ରଖନ୍ତୁ ବୋଲି ଚ୍ୟାଲେଂଜ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିକଟରେ ସମ୍ବଲପୁରରେ କେନ୍ଦ୍ର କ୍ୟାବିନେଟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାର ବିଏସକେୱାଇକୁ ନିନ୍ଦା କରିଥିଲେ।
ବିଏସକେୱାଇ କାର୍ଡ କିଛି କାମରେ ଆସୁନାହିଁ, ଏହି କାର୍ଡ ନେଇ ଲୋକେ ହଇରାଣ ହେଉଛନ୍ତି ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଏସକେୱାଇ କାର୍ଡର ଉପଯୋଗିତା ବିଷୟରେ ବଖାଣିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ନିଦରେ ଥିବା ଲୋକଙ୍କୁ ଉଠାଇ ହେବ । ନିଦ ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇ ହେବନାହିଁ । ଜନତା ଜୋରରେ କହିଲେ ସେମାନେ ଉଠିବେ। ଲୋକେ ବିଏସକେୱାଇକୁ ନେଇ ଖୁସିରେ ଅଛନ୍ତି । ଆପଣ କାହିଁକି ଏତେ ରାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଗରିବ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ନିରାପତ୍ତାର ସାହସ ଦେଇଛନ୍ତି। ବଡ଼ ବଡ଼ ହସ୍ପିଟାଲରେ ଗରିବ ଚିକିତ୍ସା ଲାଗି ମିଳୁଛି ସୁବିଧା । ଆପଣ କାହିଁକି ବିରୋଧ କରୁଛନ୍ତି। ଦେଖିବେ ଓଡ଼ିଶାବାସୀ ଆପଣଙ୍କୁ କଣ ଉତ୍ତର ଦେଉଛନ୍ତି ।