spot_img

Latest Posts

ଓଡ଼ିଶାରେ ବିଜେପି ନଆସିଲେ ସନ୍ନ୍ଯାସ ନେବେ କି କେନ୍ଦ୍ରମନ୍ତ୍ରୀ: କାର୍ତ୍ତିକ ପାଣ୍ଡିଆନ

ବ୍ରଜରାଜନଗର: ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଢେଙ୍କାନାଳରୁ ପ୍ରାର୍ଥୀ ହେବାକୁ ସେଠାରେ ୧୦ ବର୍ଷ ବୁଲିଲେ ଧର୍ମେନ୍ଦ୍ର ପ୍ରଧାନ। ଏହି ୧୦ ବର୍ଷରେ ସେ ଢେଙ୍କାନାଳକୁ ପାଞ୍ଚ ଶହ ଥର ଯାଇଛନ୍ତି । ହେଲେ ସେ ଢେଙ୍କାନାଳରୁ ଲଢିବାକୁ ସାହସ ଜୁଟାଇ ପାରିଲେନି। କାରଣ ସେ ଅନୁଭବ କଲେ କି ଢେଙ୍କାନାଳ ପାଇଁ ଏଇ ୧୦ ବର୍ଷରେ କିଛି କରିନଥିବାରୁ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି। ସେଥିପାଇଁ ସେ ଡରିକି ସମ୍ବଲପୁର ଚାଲିଗଲେ। ସେଠି ମଧ୍ୟ ନୂଆ ନୂଆ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି।

ଅପରପକ୍ଷେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ। ଜୁନ ୯ ତାରିଖରେ ତିନି ଚତୁର୍ଥାଂଶରୁ ଅଧିକ ଆସନରୁ ଜିତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ନହେଲେ ସେ ରାଜନୀତିରୁ ସନ୍ନ୍ଯାସ ନେବେ। ଯଦି ବିଜେପି ଓଡିଶାରେ କ୍ଷମତାକୁ ନଆସେ ତେବେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରୁ ସନ୍ନ୍ଯାସ ନେବାକୁ ଘୋଷଣା କରିବେ କି ? ବ୍ରଜରାଜନଗରରୁ କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଏହି ଆହ୍ବାନ ଦେଇଛନ୍ତି ।

Latest Posts

Don't Miss