ନବୀନଙ୍କ ମେନିଫେଷ୍ଟୋ ହେବ ବିକାଶର ମେନିଫେଷ୍ଟୋ, ହୃଦୟ ଜିତିବାର ମେନିଫେଷ୍ଟୋ : କାର୍ତ୍ତିକ ପାଣ୍ଡିଆନ

ନନ୍ଦିଘୋଷ ବ୍ୟୁରୋ : ଗୋପାଳପୁର ବେଳାଭୂମୀରେ କାର୍ତ୍ତିକ ପାଣ୍ଡିଆନ କରିଛନ୍ତି ସାମ୍ବାଦିକ ସମ୍ମିଳନୀ । । ପ୍ରେସମିଟରେ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ବିଜେପିକୁ କଟାକ୍ଷ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  । ବିଜେଡିର ଆଭିମୁଖ୍ଯ ହେଉଛି ଓଡ଼ିଶାର ହକ୍ ଓ ସ୍ବାର୍ଥ ପାଇଁ  ଲଢିବା । କିନ୍ତୁ ୨୦୧୯ରେ ୮ଜଣ ବିଜେପି ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ, ହେଲେ ବିଜେପି ସାଂସଦ ଥରେ ବି ରାଜ୍ଯର ସ୍ବାର୍ଥ ପାଇଁ ପାଟି ଫିଟେଇଲେନି ବୋଲି ପାଣ୍ଡିଆନ କହିଛନ୍ତି ।

ସାଂସଦଙ୍କ ଦାୟିତ୍ବ ରାଜ୍ଯର ସ୍ବାର୍ଥ ପାଇଁ ଲଢିବା , କିନ୍ତୁ ଜାତୀୟ ଦଳର ସାଂସଦ ସେମାନଙ୍କ ବସଙ୍କ ପାଇଁ କାମ କରନ୍ତି । କିନ୍ତୁ ବିଜେଡି ସାଂସଦ ରାଜ୍ଯ ସ୍ବାର୍ଥ ପାଇଁ କାମ କରୁଛନ୍ତି । ଜାତୀୟ ଦଳର ସାଂସଦଙ୍କ ଉଦ୍ଦେଶ୍ଯ କେନ୍ଦ୍ରରେ ମନ୍ତ୍ରୀ ହେବା ବୋଲି କଟାକ୍ଷ କରି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ହେଲେ  ଏନଏଚ, କୋଷ୍ଟାଲ ହାଇୱେ ପ୍ରକଳ୍ପ କିମ୍ୱା ଅନ୍ୟ କୌଣସି ପ୍ରକଳ୍ପ ଓଡ଼ିଶାକୁ ଆଣିପାରିଲେନି  ଏବଂ ଆହୁରି ଓଡ଼ିଶା ପ୍ରତି ସ୍ବତନ୍ତ୍ର ଭାବେ ବିଜେପି ସାଂସଦ କଣ ଆଣିଛନ୍ତି  ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜେପି ସରକାରକୁ ଆସିବାକୁ ମାନିଫେଷ୍ଟୋ ଆଣିଛି । ହେଲେ ବିଜେଡି ସେବା ପାଇଁ, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମାନିଫେଷ୍ଟୋ ଆଣିବ । ନବୀନଙ୍କ ମାନିଫେଷ୍ଟୋ ପାଇଁ ସମସ୍ତେ ଅନାଇବସିଛନ୍ତି । ବିଜେଡି ଭୋଟ୍ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ । ନବୀନ ବାବୁ ସେବା ପାଇଁ ଇସ୍ତାହାର ଆଣିବେ ବୋଲି ପାଣ୍ଡିଆନ କହିଛନ୍ତି ।

୨୦୧୯ରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାରେ ନିର୍ବାଚନୀ ଭାଷଣ ଦେଇଥିଲେ ,ନବୀନଙ୍କ ସରକାର ଆଉ ହେବନି ବୋଲି କେନ୍ଦ୍ରାପଡାରେ କହିଥିଲେ । ହେଲେ କେନ୍ଦ୍ରାପଡ଼ାବାସୀ ଓ ଓଡ଼ିଶାବାସୀ ଉଚିତ ଜବାବ ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି କି  ନବୀନ ହାୱାରେ କୁହନ୍ତିନି, ଗ୍ରାଉଣ୍ଡକୁ ଦେଖି କୁହନ୍ତି ନାହିଁ । ତାଙ୍କ ୧୦ ସେକେଣ୍ଡର ଭିଡିଓ ୧୦ ମିଲିୟନ ଭିୟୁ ହୋଇଛି । ଏବଂ ନବୀନ ଜାଣିଛନ୍ତି ଓଡ଼ିଶାବାସୀ କଣ ଚାହୁଁଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦ ନବୀନଙ୍କ ଉପରେ ରହିଛି ଓ ଓଡ଼ିଶାବାସୀ ଜାଣିଛନ୍ତି ନବୀନ ସେବା କରୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ମହାବାତ୍ଯା ସମୟରେ ଓଡ଼ିଶାକୁ ପୁରୁଣା ଲୁଗା ପଠାଇଥିଲେ ଅନ୍ୟ ରାଜ୍ୟ । ଏକଥାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡିଥିଲେ  ଆଉ କହିଥିଲେ ,  ଓଡ଼ିଶାକୁ ମହାବାତ୍ଯା ପରେ ପୁରୁଣା କପଡା ରିଲିଫ ଆକାରରେ ଆସିଥିଲା  ଆଉ କଳିଙ୍ଗ ଷ୍ଟାଡିୟମରେ ପୁରୁଣା କପଡ଼ା ଗଦା ହୋଇଥିବା ଦେଖି ନବୀନ ପଟ୍ଟନାୟକଙ୍କୁ ବହୁତ ବାଧିଥିଲା  । କିନ୍ତୁ ଏହି ମାଟିରେ ଏହି କଳିଙ୍ଗ ଷ୍ଟାଡିୟମର ୪୦ରୁ ଅଧିକ ଦେଶ ଆସି ଫ୍ଲାର୍ଗ ମାର୍ଚ୍ଚ କରିଛନ୍ତି । ଏବଂ ଓଡ଼ିଶା ପାଇଁ ଯାହା କରିଛି ମୁଁ ସେଥିପାଇଁ ଗର୍ବ କରେ ବୋଲି କହିଥିଲେ ନବୀନ ପଟ୍ଟନାୟକ । ଏହି କଥା କହି ଭାବବିହ୍ୱଳ ହୋଇଯାଇଥିଲେ କାର୍ତ୍ତିକ ପାଣ୍ଡିଆନ ।