କଥା କମ୍‌, କାମ ବେଶି

1 min read

ଭୁବନେଶ୍ବର: କଥା କମ୍‌, କାମ ବେଶି । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  ଯାହା ପ୍ରତିଶ୍ରୁତି ଦିଅନ୍ତି, ପୂରଣ କରନ୍ତି । ଏହା ବାରମ୍ବାର ପ୍ରମାଣିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶା ଗଠନ ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ କାର୍ତ୍ତିକ ପାଣ୍ଡିଆ ଦିନରାତି କାମ କରୁଛନ୍ତି । ୫୦ ବର୍ଷରୁ ଅଧିକ ଦିନ ଧରି ଥିବା ଜମିଜମା ସମସ୍ୟା ଦୂର ହେବା ସହ ଓଡ଼ିଶାବାସୀଙ୍କ ମୁହଁରେ ହସ ଫୁଟିଛି । ରୂପାନ୍ତରିତ ଓଡ଼ିଶା ନିର୍ମାଣରେ ବ୍ରତୀ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟକୁ ରାଜନୀତିର ଉର୍ଦ୍ଧ୍ବରେ ରହି ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି । ସ୍ବପ୍ନ ନେଉଛି ବାସ୍ତବ ରୂପ । ଶତ ପ୍ରତିଶତ ପୂରଣ ହେଉଛି ପ୍ରତିଶ୍ରୁତି । ଦୂର ହେଉଛି ସମସ୍ୟା, ନୂଆରୂପ ନେଉଛି ଓଡ଼ିଶା ।

ଭିଜନ ମ୍ୟାନଙ୍କ କାମରେ ସମସ୍ତେ ଖୁସ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କ ସମସ୍ୟା ଦୂର କରୁଛନ୍ତି । ଜାରି ରଖିଛନ୍ତି ବିକଶିତ ଓଡ଼ିଶା ଗଠନ ପ୍ରକ୍ରିୟା । ଜନସେବାକୁ ମୂଳମନ୍ତ୍ର କରି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଶତ ପ୍ରତିଶତ ପ୍ରାଥମିକତା ଦେଇ ପାଳନ କରୁଛନ୍ତି । ୫୦ ବର୍ଷର ଜମିଜମା ସମସ୍ୟାର ସାମାଧାନ ହୋଇଛି  ।

ବିସ୍ଥାପିତଙ୍କୁ ମିଳିଛି ଜମିପଟ୍ଟା । ଜିଲ୍ଲା ଗସ୍ତ ସମୟରେ ପାଇଥିବା ଅଭିଯୋଗର ସମାଧାନ କରି ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି । ପୁରୀ ପରିକ୍ରମା ପ୍ରକଳ୍ପ, ଏକ୍ରାମ୍ର ପ୍ରକଳ୍ପ, ସମ୍ବଲେଇ, ଗୁପ୍ତେଶ୍ବର, ଆରଡି ଓ ବିରଜା ପୀଠ ସହ ମଦଜିଦ, ଚର୍ଚ୍ଚ ପରି ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନୂଆରୂପ ଦେବା ସହ ଛୋଟଛୋଟ ମନ୍ଦିରର ବି ହେଉଛି ରୂପାନ୍ତରଣ । ଯାହା ଜଳଜଳ କରିଛି ଦିଶୁଛି । 5t ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଛନ୍ତି । ତାଙ୍କ ଉପରେ ଜନତା ଓ ନେତା ସମସ୍ତେ ଖୁସ୍‌ ।

ଭିଜନ ମ୍ୟାନଙ୍କ କାମ ଓ 5T ସଂସ୍କାର ପରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗମନାଗମନଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇଛି । ଆର୍ଥିକ ପରିଚାଳନାରେ ଓଡ଼ିଶା ଲଗାତର ଦେଶରେ ନମ୍ବର ଓ୍ବାନ ସ୍ଥାନରେ ରହି ସାଜିଛି ରୋଲ ମଡେଲ୍‌ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗ୍ରାଉଣ୍ଡରେ ଶତ ପ୍ରତିଶତ ସଫଳ ହେଉଥିବାରୁ ତାହା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି । ଶାସକ ଦଳ ସହିତ ବିରୋଧୀ ମଧ୍ୟ କାର୍ତ୍ତିକ ପାଣ୍ଡିଆନଙ୍କ ଦକ୍ଷତାରେ ସନ୍ତୋଷ ପ୍ରକାଶ କରିଛନ୍ତି  ।

ଗତ ଅକ୍ଟୋବର ୨୩ ତାରିଖରେ କାର୍ତ୍ତିକ ପାଣ୍ଡିଆନ ଆଇଏଏସ ଚାକିରି ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି । ସମର୍ପିତ ସେବାର ସଂକଳ୍ପ ନେଇ ବିକଶିତ ଓଡ଼ିଶା ଗଠନର ବିନ୍ଧାଣି ସାଜି ପ୍ରତିଶ୍ରୁତି ପାଳନ କରୁଛନ୍ତି । ଏଥିପାଇ କାର୍ତ୍ତିକ ପାଣ୍ଡିଆନଙ୍କୁ ଓଡ଼ିଶାବାସୀଙ୍କ ସହଯୋଗ ଓ ଭଲ ପାଇବା ମିଳିଛି ।