spot_img

Latest Posts

କେନ୍ଦୁଝର ଚମ୍ପୁଆରେ ପାଣ୍ଡିଆନଙ୍କ ପ୍ରଚାର, ଉଭୟ ଏମଏଲଏ ଓ ଏମପିଙ୍କୁ ଜିତାଇବାକୁ ଆହ୍ବାନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର। ବିଧାନସଭା ପ୍ରାର୍ଥୀ ସନାତନ ମହାକୁଡ଼ ଓ ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର। ଅନ୍ଯ ଦଳର ଏମପି ହେଲେ ବିକାଶ କାମରେ ବାଧା ଦେବେ। ଚାଲିଥିବା ବିକାଶ କାମକୁ ଅଟକାଇ ଦେବେ।

ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାମର ତାଲିକା ମନେ ପକାଇ ଦେଇଛନ୍ତି ପାଣ୍ଡିଆନ। ବିନା ସୁଧରେ ୧୫ ଲକ୍ଷ ଟଙ୍କାର ଋଣ, ଲକ୍ଷ୍ମୀ ବସ୍ ରେ ମହିଳାଙ୍କୁ ୫ଟଙ୍କାରେ ଯାତ୍ରା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା, SDC ରେ ଧର୍ମସ୍ଥଳୀର ବିକାଶ ସହିତ ଆଦିବାସୀଙ୍କ ବିରୋଧରେ ଥିବା ୫୦ ହଜାର ମାମଲା ପ୍ରତ୍ଯାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ। ଆଦିବାସୀଙ୍କ ବଜେଟକୁ କେନ୍ଦ୍ର ସରକାର ହ୍ରାସ କରିଥିବା ବେଳେ ମୁଖ୍ଯମନ୍ତ୍ରୀ ଏହାକୁ ଅଧିକ ବଢ଼ାଇଛନ୍ତି।

ସେହିପରି ଜଙ୍ଗଲଜାତ ଦ୍ରବ୍ଯର ଯେମିତି ଉଚିତ ମୂଲ୍ଯ ପାଇବେ ଆଦିବାସୀ ସେଥିପାଇଁ କରାଯାଇଛି ଲାଭ ଦାୟକ ଯୋଜନା। ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ସେମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜୁଳି ବିଲ୍ ଛାଡ, ମିଶନ ଶକ୍ତି ମାଆଙ୍କୁ ଭତ୍ତା ମିଳିବ ବୋଲି ପ୍ରତିଶୃତି ସହିତ ଷଷ୍ଠ ଥର ପାଇଁ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଶପଥ ନେବେ ବୋଲି ଦୃଢ଼ତାର ସହିତ କହିଛନ୍ତି ପାଣ୍ଡିଆନ।

Latest Posts

Don't Miss