spot_img

Latest Posts

ଖୋର୍ଦ୍ଧାରୁ ପାଣ୍ଡିଆନଙ୍କ ଆକ୍ରମଣ, ମନ୍ଦିରରେ କୁଲର ଲଗାଇ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ଭୁବନେଶ୍ୱର ସାଂସଦ

ଭୁବନେଶ୍ଵର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ତୀବ୍ର ତାତ୍ସଲ୍ଯ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଖୋର୍ଦ୍ଧାର ହେବାଳି ପଡ଼ିଆରେ ହୋଇଥିବା ନିର୍ବାଚନ ସଭାରେ କଡ଼ା ଭାଷାରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ଗତ ୫ ବର୍ଷରେ ଭୁବନେଶ୍ଵର ସାଂସଦ ଏହି ଅଞ୍ଚଳକୁ ବହୁତ ପଛକୁ ନେଇଯାଇଛନ୍ତି ।

ସାଂସଦ ନିଜେ ଯେଉଁ କାମର ତାଲିକା ଦେଇଛନ୍ତି, ସେମିତି କାମ ସରପଞ୍ଚ କରିଦେବେ । ସାଂସଦ କହିିଛନ୍ତି ମନ୍ଦିରକୁ ୱାଟର କୁଲର୍ ଦେଇଛନ୍ତି, ଗୋଟିଏ ଫୁଟ ଓଭର ବ୍ରିଜ୍ କରିଛନ୍ତି। କିନ୍ତୁ ଏତିକି କାମ ତ ସରପଞ୍ଚ ବି କରିଦେବେ । ସାଂସଦଙ୍କୁ ଲଜ୍ଜା ଲାଗିବାର କଥା।

ଭୁବନେଶ୍ଵର ରିଂ ରୋଡ୍ ପାଇଁ ଏଯାଏ ଇଟା ଖଣ୍ଡେ ପଡିନି। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ଯତା ଦେବାକୁ ଦାବି କରି ସଂସଦରେ ଦିନେ ବି ଉଠାଇ ନାହାନ୍ତି ଅପରାଜିତା। ଏଠାକାର ପିଲାଙ୍କ ରୋଜଗାର ପାଇଁ ବି କିଛି କହି ନାହାନ୍ତି। ନବୀନ ପଟ୍ଟନାୟକ କଣ କଣ କରିଛନ୍ତି, ତାର ଲମ୍ବା ତାଲିକା ଦେଇଥିଲେ ପାଣ୍ଡିଆନ। ସେହିପରି ମଧ୍ଯବିତ୍ତଙ୍କ ପାଇଁ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଥିବା ପାଣ୍ଡିଆନ କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ ପୁରୀ ପରିକ୍ରମା ଓ ଏକାମ୍ର ପ୍ରକଳ୍ପ ବନ୍ଦ କରିବାକୁ ପ୍ରୟାସ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ  ।

Latest Posts

Don't Miss