ମା’ ତାରା ତାରିଣୀଙ୍କ ପୀଠରେ 5T ଅଧ୍ୟକ୍ଷ, ମନ୍ଦିର ବେଢା ବୁଲି ଉନ୍ନୟନ କାର୍ଯ୍ୟର କଲେ ଅନୁଧ୍ୟାନ

1 min read

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ହେଉଛି ଚୈତ୍ର ମାସର ତୃତୀୟ ମଙ୍ଗଳବାର । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚାଲିଛି ମାଆଙ୍କ ଚୈତ୍ର ଯାତ୍ରା । ଏହି ଅବସରରେ ଆଜି ଭୋରରୁ ପୀଠରେ ପହଞ୍ଚି ମାଆଙ୍କ ପୂଜାର୍ଚ୍ଚନା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ମା’ଙ୍କର ଆଜି ସରସ୍ବତୀ ବେଶ ଅନୁଷ୍ଠିତ ହୋଇଥିବା ବେଳେ, ବେଶ ଦର୍ଶନ କରି ଆଶିଷ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହାପରେ ମନ୍ଦିର ବେଢ଼ା ବୁଲିବା ସହ ମନ୍ଦିର ପରିସରରେ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ଦେଖିଥିଲେ । ମନ୍ଦିରର ପୂଜକ, ପରିଚାଳନା କମିଟି ସହ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ପୂଜାର୍ଚ୍ଚନା, ଭକ୍ତ ମାନଙ୍କ ମନ୍ଦିରରେ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଦୀର୍ଘ ୧୬ ବର୍ଷ ହେଲା ମା’ଙ୍କ ଚୈତ୍ର ଯାତ୍ରା ସମୟରେ ସେ ମାଆଙ୍କ ଦର୍ଶନ ପାଇଁ ପୀଠକୁ ଆସନ୍ତି । ଆଜି ମାଆଙ୍କ ସରସ୍ବତୀ ବେଶ ଦର୍ଶନ କରି ଆନନ୍ଦିତ ଥିବା କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।